csstore

ସାନମହେଶ୍ଵର ମଣ୍ଡିରେ ବେଆଇନ ଧାନ : ୧୨୦ ବସ୍ତା ଧାନ ଜବତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ଵର ମଣ୍ଡିରେ ବେଆଇନ ଧାନ ବିକ୍ରି ପାଇଁ ଆସିଥିବା ବେଳେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଏବଂ ଖଡ଼ିଆଳ ବ୍ଲକ ଯୋଗାଣ ଅଧିକାରୀ ଦିବ୍ୟ ରାଜ ଭୋଇ ତଦନ୍ତ କରି ଧାନକୁ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବରଗାଁ ନିବାସୀ ସତ୍ୟ ମୁଣ୍ଡ ଶ୍ୟାମ ସୁନ୍ଦର ବାଗଙ୍କ ଟୋକନରେ ଧାନ ବିକ୍ରି ପାଇଁ ୧୨୦ ବସ୍ତା ଧାନ ମଣ୍ଡିରେ ଆଣିକି ରଖିଥିଲେ । ଘଟଣାର ତଦନ୍ତ ବେଳେ ଧାନର ଚାଷୀ ବାହାରିନଥିବାରୁ ସେହି ୧୨୦ ବସ୍ତା ଧାନକୁ ଜବତ କରି ଜିମାରେ ଦେଇଥିବା ଜଣାପଡିଛି । ଜିଲ୍ଲାରେ ଧାନ ବ୍ୟବସାୟୀମାନେ ଧାନ କମ ଦରରେ କ୍ରୟ କରି ଅନ୍ୟ ଚାଷୀଙ୍କ ଟୋକନରେ ବିକ୍ରି କରିବା ଉଦ୍ୟମ ଚଳାଇଥିବା ଅଭିଯୋଗ ଆସିଛି । ଯେଉଁ ଚାଷୀଙ୍କ ଟୋକନରେ ଚାଷ ହୋଇଛି କି ନାହିଁ ଓ ବେପାରୀମାନେ ଅନ୍ୟ ଗ୍ରାମରୁ ଅନ୍ୟ ଗ୍ରାମକୁ ଆଣି ଧାନ ବିକ୍ରି କରିବାରେ କାହାର ସହଯୋଗ ରହିଛି ଓ ବେପାରୀମାନଙ୍କୁ ଏତେ ସାହସ କିଏ ଦେଉଛି ତାହା ଅଧିକା ତଦନ୍ତ କରିବା ପରେ ଜଣାପଡିବ ବୋଲି ଯୋଗାଣ ଅଧିକାରୀ ଓ ଅତିରିକ୍ତ ତହସିଲଦାର ମତ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.