oom

ଅସହାୟ ପ୍ରବୀଣକୁ ସହଯୋଗର ହାତ ବଢାଇଲେ ସରପଞ୍ଚ ଶରତ କାଲୋ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଡ୍ରାଇଭର କାମ କରି ପ୍ରବୀଣ ସେଠ ହସ ଖୁସିରେ ପରିବାର ପରିପୋଷଣ କରୁଥିଲେ । ପରିବାର କହିଲେ ସ୍ତ୍ରୀ ଓ ୨ଟି ପୁଅ ଆଉ ୨ଟି ଝିଅ । ବଡ଼ ଝିଅ ପୁଣି ଭିନ୍ନକ୍ଷମ । ତଥାପି କୌଣସି ଅସୁବିଧା ନଥିଲା । ହଠାତ୍‌ କିଛି ଦିନ ପୂର୍ବରୁ ପ୍ରବୀଣ ସେଠଙ୍କ ବାମ ଗୋଡ଼ରେ ଅଜଣାତରେ କୌଣସି ବିଷାକ୍ତ ଲାଗି ଘା ହୋଇଯାଇଥିଲା ଓ ସେ ତୁରନ୍ତ ବଲାଙ୍ଗିର ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ହେବା ପରେ ଜାଣିବାକୁ ପାଇଥିଲେ ଯେ, କୌଣସି ଏକ ବିଷାକ୍ତ ଜିନିଷ ପାଇଁ ତାଙ୍କର ଗୋଡ଼ରୁ ଚମଡା ସବୁ ଖୋଲିବାରେ ଲାଗିଛି ଏବଂ ଧୀରେ ଧୀରେ ଇନ୍ଫେକ୍ସନ ବଢ଼ି ଯାଇ ଅତି ଭୟଙ୍କର ହୋଇଯିବାରୁ ଉନ୍ନତ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଭୁବନେଶ୍ୱର ଯିବା ପାଇଁ ପରାମର୍ଶ ଦେଇଥିଲେ । ପରେ ସେ ଭୁବନେଶ୍ୱର ସ୍ଥିତ ଏପ୍ଲୋ ହସ୍ପିଟାଲରେ ପ୍ରାୟ ୪୦ ଦିନ ଚିକିତ୍ସା ହେଇ ଘରକୁ ଫେରିଥିଲେ । ଏହି ଖବର ପାଇ ଅରବିନ୍ଦ ପଣ୍ଡାଙ୍କ ନେତୃତ୍ଵରେ ଜୟଭାରତି ଶ୍ରମିକ ସଂଘର ଏକ ଟିମ ପ୍ରବୀଣର ଘରକୁ ଯାଇ ସାନ୍ତ୍ଵନା ଦେବା ସହ ସରକାରୀ ସୁବିଧା ସୁଯୋଗ ପାଇଁ ପ୍ରଶାସନକୁ ଦାବି ଜଣାଇଛନ୍ତି । ତେବେ ଶାରୀରିକ କଷ୍ଟ ସହିତ ଭଙ୍ଗା ଦଦରା ଘରେ ରହିବା ପ୍ରବୀଣ ପାଇଁ ଆହୁରି କଷ୍ଟ ସାଧ୍ୟ ହୋଇପଡିଛି । ବର୍ଷା ପବନ ଆସିଲେ ଭଙ୍ଗା ଦଦରା ଘରେ ରହୁଥିବା ଅସହାୟ ପ୍ରବୀଣର ପରିବାରର କେତେବେଳେ ଯେ କଣ ହବ ସେ କଥା ଭଗବାନଙ୍କୁ ଜଣା । ସରକାରୀ ସହାୟତା କହିଲେ ୫ କିଲୋ ହିସାବରେ ମାତ୍ର ୨୫ କିଲୋ ଚାଉଳ ପାଉଛନ୍ତି । ଏ ସବୁ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ଶରତ କାଲୋ ନିଜ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶଶି କାନ୍ତ ବେହେରା, ଯୋଗାଣ ସହାୟକ ରମେଶ ବରିହା, ୱାର୍ଡ ସଭ୍ୟ ହୃଦାନନ୍ଦ ସାହୁ, ପିଅନ ଆଦିତ୍ୟ ପାଣ୍ଡେଙ୍କୁ ସାଙ୍ଗରେ ଧରି ପ୍ରବୀଣଙ୍କ ଘରେ ପହଞ୍ଚିଥିଲେ । ସରପଞ୍ଚ ଭାବରେ ପାଉଥିବା ସମ୍ମାନ ସୂଚକ ଭତ୍ତା ପାଇଥିବା ୧୦, ୦୦୦ ଟଙ୍କାରୁ ୫,୦୦୦ ନଗଦ ରାଶି ଏବଂ ମାସକ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେବା ସହ ପ୍ରଶାସନକୁ ଜଣାଇ ଆହୁରି ସରକାରୀ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସରପଞ୍ଚଙ୍କ ଏଭଳି କାମକୁ ଦେଖି ସ୍ଥାନୀୟଲୋକେ ଖୁବ୍ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.