om academy

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଶାରଦୀୟ ପୂଜା

jsm

ରାଉରକେଲାରେ ଶାରଦୀୟ ପୂଜା ନିମନ୍ତେ ବିଭିନ୍ନ ପୂଜା କମିଟି ନିଜ ନିଜ ସ୍ତରରେ ଅନୁମତି ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆବେଦନ କରିପାରିବେ

ରାଉରକେଲା, (କେପିଏନ୍‌ଏସ୍‌) : ସମ୍ପ୍ରତି କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା, ଲଷ୍ମୀପୂଜା ଓ କାଳୀପୂଜା ପାଳନ ଉତ୍ସବକୁ ଅତି ନିରାଡ଼ମ୍ବର ସହକାରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତ । ଏଥି ନିମନ୍ତେ ପ୍ରତ୍ୟେକ ପୂଜାକମିଟୀ ନିଜ ନିଜ ସ୍ତରରେ ପୂଜା ଅନୁଷ୍ଠାନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ରାଉରକେଲାଙ୍କ କାର୍ୟ୍ୟାଳୟରେ ଆବେଦନ କରିପାରିବେ । ପୁନଶ୍ଚ ପୁଜା ଅନୁଷ୍ଠାନ ନିମନ୍ତେ ଆବଶ୍ୟକ ବିଜୁଳି ସେବା, ସ୍ଥାନ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ପାଇଁ ସମ୍ପୃକ୍ତ ବିଭାଗ ଗୁଡିକୁ ଅନୁମତି ନିମନ୍ତେ ଆବେଦନ କରିପାରିବେ । ସମସ୍ତ ପୂଜା କମିଟୀ ରାଜ୍ୟ ସରକାରଙ୍କ ଅନୁମୋଦିତ କୋଭିଡ ମାର୍ଗଦର୍ଶିକାର ସୁଚାରୁ ରୂପେ ପାଳନ ପୂର୍ବକ ଏହି ପୂଜାଗୁଡିକର ପରିଚାଳନା କରିବା ବିଧେୟ । ଅନ୍ୟଥା କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହେଲେ ସମ୍ପୃକ୍ତ କମିଟୀ ବିରୁଦ୍ଧରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉରକେଲା ପ୍ରଶାସନ ତରଫରୁ ସୂଚିତ କରାଯାଉଛି ।

Leave A Reply

Your email address will not be published.