
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲର ଛାତ୍ରୀ ଭି. ସୁଜ୍ଞାନିଙ୍କ ନିଟ୍ ପରୀକ୍ଷାରେ ସଫଳତା : ତାଙ୍କ ପିତାଙ୍କୁ ସମ୍ବର୍ଦ୍ଧିତ କଲେ ସ୍କୁଲ କର୍ତ୍ତୃପକ୍ଷ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ନିଟ୍ ୟୁଜି ୨୦୨୬ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ଭି. ସୁଜ୍ଞାନୀଙ୍କ ସଫଳତା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଜ୍ଞାନୀଙ୍କ ପିତା ଭି. ଏସ୍ ରାଓ ସେଥିପାଇଁ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓମ୍ ଭ୍ୟାଲି ସ୍କୁଲରେ ଦିଆଯାଇଥିବା ଶିକ୍ଷା ଯାହାକି ସୁଜ୍ଞାନୀର ଫାଉଣ୍ଡେସନକୁ ମଜବୁତ କରିଥିଲା । ତାପରେ ଏହି ସଫଳତା ହାସଲ କରିଛି ମୋ ଝିଅ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ସୁଜ୍ଞାନୀଙ୍କ ସଫଳତା ହାସଲ କରିବା ପରେ ବୁଧବାର ଦିନ ସ୍କୁଲ ତରଫରୁ ତାଙ୍କ ପରିବାର ସଦସ୍ୟଙ୍କୁ ଡାକି ସମ୍ବର୍ଦ୍ଧିତ କରାଯାଇଥିଲା । ସୁଜ୍ଞାନୀ ୭୨୦ରୁ ୫୮୬ ନମ୍ବର ରଖିଛନ୍ତି ଯାହାକି ଅଖିଳ ଭାରତ ରାଙ୍କ : ୧୪୮୮୩ ଅଟେ । ଭି. ସୁଜ୍ଞାନୀଙ୍କ କହିବାନୁଯାୟୀ ପାଠ୍ୟପୁସ୍ତକର ସୀମା ଛାଡ଼ି ପ୍ରତ୍ୟେକ ଶିକ୍ଷା ମୋତେ ଏକ ସୁରକ୍ଷିତ ପରିବେଶ ଦେଇଥିଲା । ଯେଉଁଠାରେ ମୁଁ ଭୁଲ କରି, ଶିଖି ଏବଂ ଆଗକୁ ବଢ଼ି ପାରିଥିଲି । ଏହି ସଫଳତାର ପ୍ରତ୍ୟେକ ଅଂଶରେ ଆପଣମାନଙ୍କ ଅବଦାନ ରହିଛି । ମୋ ଉପରେ ବିଶ୍ୱାସ ରଖିଥିବାରୁ ଆପଣମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହ ଯେଉଁ ଦିନ ମୁଁ ନିଜ ଉପରେ ବିଶ୍ୱାସ ହରାଇଥିଲି, ସେହିଦିନ ମଧ୍ୟ ଆପଣମାନେ ମୋତେ ବିଶ୍ୱାସ କରିଥିଲେ । ମୁଁ ପ୍ରତିଶୃତି ଦେଉଛି ଯେ, ଆପଣମାନେ ମୋ ମନରେ ଯେଉଁ ମୂଲ୍ୟବୋଧ ସ୍ଥାପନ କରିଛନ୍ତି, ସେହି ଆଦର୍ଶକୁ ଅନୁସରଣ କରି ଏହି ସଫଳତାର ସମ୍ମାନ ରକ୍ଷା କରିବି ଏବଂ ମୁଁ ସର୍ବଦା ଗର୍ବର ସହିତ ଏଭିଏସ୍କୁ ମୋର ଦ୍ୱିତୀୟ ଘର ବୋଲି କହିବି ବୋଲି କହିଛନ୍ତି । ତେବେ ଏହି ସଫଳତାକୁ ପ୍ରେରଣାଦାୟକ ଯୁବ ମନ ଗଢ଼ିବା, ପ୍ରତିଭାର ବିକାଶ, ଉତ୍କର୍ଷ ହାସଲ, ଆସନ୍ତାକାଲିର ଡାକ୍ତର ଗଢ଼ିବା, ଜ୍ଞାନ, ମୂଲ୍ୟବୋଧ, ଉତ୍କର୍ଷ, “ଆପଣଙ୍କ ସ୍ୱପ୍ନ, ଆମର ପ୍ରତିବଦ୍ଧତା ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଆଜିର ଏହି ସମ୍ବର୍ଦ୍ଧନା ଜ୍ଞାପନ ସମାରୋହରେ ସ୍କୁଲର ମୁଖ୍ୟ ପରମର୍ଶଦାତା ଡ. ରୋବିନ ଚନ୍ଦ୍ର ପରମାଣିକ, ସ୍କୁଲ ଶିକ୍ଷୟିତ୍ରୀ ସରିତା ମହାପାତ୍ର, ଆରାଧନା ପ୍ରସାଦ, ଶିକ୍ଷକ ପ୍ରମୋଦ କୁମାର ସାହୁ, ସଞ୍ଜୀବ ତ୍ରିପାଠୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।