
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ (ସ୍ନାତକ) କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି । ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ମଧ୍ୟ ଛାତ୍ରଛାତ୍ରୀ ସଫଳତା ହାସଲ କରି ଗୌରବ ଅର୍ଜନ କରିଛନ୍ତି । ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଛାତ୍ରୀ ସ୍ମୃତି ଲେଖା ନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରରେ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ମହାବିଦ୍ୟାଳୟର ଛାତ୍ରୀ ରାକ୍ଷୀ ଗୌଡ ଥିବା ବେଳେ ତୃତୀୟ ସ୍ଥାନରେ ରୂପାଲି ଜେନା ଅଛନ୍ତି । ଏଥିସହ ଚତୁର୍ଥ ସ୍ଥାନରେ ନୃସିଂହ ଚରଣ ପ୍ରଧାନ, ପଞ୍ଚମ ସ୍ଥାନରେ ଲକ୍ଷ୍ମୀ ବେହେରା, ଷଷ୍ଠ ସ୍ଥାନରେ ସୁନୀଲ କୁମାର ଗୌଡ, ସପ୍ତମ ସ୍ଥାନରେ ସମୀର କୁମାର ସ୍ୱାଇଁ, ଅଷ୍ଟମ ସ୍ଥାନରେ କିନୁ ପାଳ, ନବମ ସ୍ଥାନରେ ଦୀପକ ସେଠୀ ଓ ଦଶମ ସ୍ଥାନରେ ସଞ୍ଜୟ କୁମାର ପାଣିଗ୍ରାହୀ ଅଛନ୍ତି ବୋଲି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପକ୍ଷରୁ ସୂଚନା ମିଳିଛି ।