pr

ନିଶାମୁକ୍ତିର ଶପଥ ନେଲେ ଛାତ୍ରୀ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଆଜି ନିଶାମୁକ୍ତି ସମ୍ପର୍କିତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଶାଳୟଙ୍କ ନିର୍ଦ୍ଦେଶକ୍ରମେ ତଥା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଆବାହକତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଆୟୁର୍ବେଦିକ ମହାବିଦ୍ୟାଳୟର ସ୍ୱାସ୍ଥ୍ୟବୃତ୍ତ ଏବଂ ଯୋଗ ବିଭାଗର ସହକାରୀ ପ୍ରଫେସର ତଥା ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡଃ. ସ୍ନେହଲତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଶା ବ୍ୟବହାରର କୁପରିମାଣ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ ତଥା ଛାତ୍ରୀମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ରଖିଥିଲେ । ମଞ୍ଚାସୀନ ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ କୁମାର ଓଝା, ବିଭୂତି ଭୂଷଣ ସାହୁ, ରଶ୍ମିରେଖା ଭୋଇ ପ୍ରଭୃତି ନିଶା ସେବନର ଭୟଙ୍କର ପରିଣତି ସମ୍ପର୍କରେ ନିଜ ମତରଖି ଏଥିନିମିତ୍ତ ସଚେତନତାର ବାର୍ତ୍ତାବହ ହେବାକୁ ଆମନ୍ତ୍ରଣ କରିଥିଲେ । ଇଂରାଜୀ ଅଧ୍ୟାପିକା ଡକ୍ଟର ଅନୁରାଧା ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇବାରେ ସହଯୋଗ କରିଥିଲେ । ସଭାର ପ୍ରାରମ୍ଭରେ ସଂସ୍କୃତ ଅଧ୍ୟାପକ ଅଜିତ୍ କୁମାର ପଣ୍ଡା ମଞ୍ଚ ପରିଚାଳନାର ଭାର ବହନ କରିଥିବା ବେଳେ ଜାତୀୟ ସେବା ଯୋଜନାର ସଂଯୋଜିକା ଡକ୍ଟର ମିନତୀ ଦେବତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.