pr

ଭଣ୍ଡ ବାବା ଓ ମାତାଙ୍କୁ ନେଇ ଝାମେଲା

dr. purohit

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ସଦର ଥାନା ତଥା ଲୋଇସିଂହା ବ୍ଲକ ସାଧୂପାଲି ଗ୍ରାମରେ ଗଣେଶ ପୂଜା ଭସାଣୀକୁ ନେଇ ଗଣ୍ଡଗୋଳ ଘଟଣା ଥମି ନ ଥିବା ବେଳେ ଗଣେଶ ପୂଜାକୁ ନେଇ ପୁଣି ଏକ ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଥାନା ବଡଟିକା ଗ୍ରାମରେ । ବଡଟିକା ଗ୍ରାମରେ ଗଣେଶ ପୂଜା ଚାଲିଥିବା ଅବସରରେ ଗାଁରେ ରହୁଥିବା ଜନୈକ ବାବା ଗଣେଶ ପୂଜା ସହିତ ସଂପୃକ୍ତ ଯୁବକ ମାନଙ୍କ ସହିତ ବଚସା କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ମାନେ ସଂପୃକ୍ତ ବାବାଙ୍କୁ ମାଡ ମଧ୍ୟ ମାରିଥିବା କୁହାଯାଉଛି । ଏହି ଘଟଣାକୁ ନେଇ ବାବାଙ୍କ ସାଥୀରେ ରହୁଥିବା ମାତା ଜଣକ ଯୁବକ ମାନଙ୍କ ବିରୁଦ୍ଧରେ ଲୋଇସିଂହା ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏହି ଘଟଣାରେ ପଚରାଉଚୁରା କରିବା ପାଇଁ ଯୁବକମାନଙ୍କୁ ଥାନାକୁ ଡକାଇ ଥିବାବେଳେ ବାବା ଓ ମାତାଙ୍କ ବିରୁଦ୍ଧରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଥାନା ପରିସରରେ ଜମା ହୋଇଥିଲେ । ଥାନାରେ ଉଭୟ ପକ୍ଷର ଆଲୋଚନା ମୁତାବକ ଘଟଣାର ସମାଧାନ ହୋଇଥିବା ଜଣାଯାଇଛି । ତେବେ ଗ୍ରାମବାସୀଙ୍କ ସହିତ ଥାନାକୁ ଯାଇଥିବା ଆଦିବାସୀ ନେତା କ୍ଷମାନିଧି ଦଳପତିଙ୍କୁ ଥାନାରେ ଉପସ୍ଥିତ ଥିବା ମହିଳା ଏସ୍‌ଆଇ ଜଣକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଶ୍ରୀ ଦଳପତି ଅଭିଯୋଗ କରିଛନ୍ତି । ଏ ନେଇ ଥାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାକୁ ନେଇ ବଲାଙ୍ଗିର ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ଦଳପତି ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.