
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟା ନଦୀ ସହ ରାମଚଣ୍ଡୀ ପୀଠ ପରିସରରେ ପ୍ଲାଷ୍ଟିକମୁକ୍ତ, ସ୍ୱଚ୍ଛ ସୁନ୍ଦର ପରିବେଶ ପରିଣତ କରାଯିବା ନିମନ୍ତେ ବଜ୍ର ଶପଥ ନିଆଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତ୍ତୃତ୍ଵରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶପଥ ପାଠ କରାଇଛନ୍ତି । ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପୂର୍ବତନ ଗଞ୍ଜାମ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁଧାକର ପଣ୍ଡା, ଉପଦେଷ୍ଟା ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ), ଆର୍ମି କୋଚ୍ ସିମାଞ୍ଚଳ ବାରିକ୍, ସୋନି ଡିଜିଟାଲ ଟେକ୍ନୋଲୋଜି ସୋନାଲି ଶତପଥୀ, ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ ଚନ୍ଦ୍ର ବେହେରା ଏବଂ ଛତ୍ରପୁର ପୌର ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି / ଅତିଥି ଯୋଗଦେଇ ଛତ୍ରପୁର ଅଞ୍ଚଳର ପ୍ରତିଷ୍ଠିତ ମା’ ରାମଚଣ୍ଡୀ ମନ୍ଦିର ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ଏବଂ ଏହାର ମହତ୍ତ୍ୱ ସ୍ୱତନ୍ତ୍ର ବିଷୟରେ ଓଡ଼ିଶା ଓ ଓଡ଼ିଶା ବାହାରେ ପ୍ରତିଷ୍ଠା ପ୍ରଚାର ପ୍ରସାର କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି । ଋଷିକୁଲ୍ୟା ନଦୀ ସହ ରାମଚଣ୍ଡୀ ପୀଠକୁ ଭାରତ ବର୍ଷରେ ପ୍ରସିଦ୍ଧ ସ୍ଥାନରେ ପ୍ରତିଷ୍ଠିତ କରାଯିବା ସାଂଗକୁ ଏହି ପରିସରରେ ପ୍ଲାଷ୍ଟିକ ମୁକ୍ତ, ସ୍ୱଚ୍ଛ ସୁନ୍ଦର ପରିବେଶ ମଧ୍ୟରେ ସବୁଜ ବନାନୀ ରୂପେ ଗଢ଼ି ତୋଳା ଯିବ ବୋଲି ବଜ୍ର ଶପଥ ନିଆଯାଇଛି । ରାମଚଣ୍ଡୀ ପୂଜା କମିଟିର ଉପଦେଷ୍ଟା ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ), ସଂଯୋଜକ କମଲ କୁମାର୍ ପଣ୍ଡା, ସହ ସଂଯୋଜକ ତୁଷାର କାନ୍ତ ଶତପଥୀ , ସୋନାଲି ଶତପଥୀ,ପୂଜା କମିଟିର ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀ ସ୍ୱାମୀ ପ୍ରମୁଖ ଏହି କାର୍ଯ୍ୟକ୍ରମର ମଙ୍ଗ ଧରିଛନ୍ତି ।