csstore

ଅସହାୟ ସନ୍ତୋଷଙ୍କୁ ସାହାଯ୍ୟର ହାତ ବଢାଇଲେ ଚା ବିକାଳି

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କଣ୍ଟାବାଞ୍ଜି ନୂଆପଡାରେ ରହୁଥିବା କିଡ଼ିନି ରୋଗୀ ସନ୍ତୋଷ ଦଣ୍ଡସେନାଙ୍କୁ ସହଯୋଗରେ ହାତ ବଢାଇଲେ ଚା ବିକାଳି ଡିଗେଶ୍ଵର ଠେଲା । ସନ୍ତୋଷ କଣ୍ଟାବାଞ୍ଜିର ଏକ ହୋଟେଲରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଡାକ୍ତର ପରାମର୍ଶ ପରେ ତାଙ୍କ କିଡ଼ିନି ଖରାପ ହୋଇଥିବା ସେ ଜାଣିବାକୁ ପାଇଥିଲେ । ରାଜ୍ୟସରକାର ଦେଇଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ସହଯୋଗରେ ରାଜ୍ୟ ବାହାର ଏକ ଘରୋଇ ଡାକ୍ତରଖାନାରେ ଚିକତ୍ସା କରାଉଥିବା ବେଳେ ଡାକ୍ତର କିଡ଼ିନି ଟ୍ରାନ୍ସପ୍ଳାଣ୍ଟ ପାଇଁ କହିଛନ୍ତି । ସନ୍ତୋଷଙ୍କ ବୃଦ୍ଧା ମାଁ ନିଜ ପୁଅ ପାଇଁ କିଡ଼ିନି ଦେବାକୁ ରାଜି ହୋଇଛନ୍ତି । କିଡ଼ିନି ମଧ୍ୟ ମେଚ ହୋଇଛି । ତେବେ ଏଥିରେ ଅର୍ଥ ସାଜୁଛି ବାଧକ । ବିଭିନ୍ନ ସୋସିଆଲ ମିଡିଆରେ ସନ୍ତୋଷ ତାଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଥିବା ବେଳେ ଆଜି ସ୍ଥାନୀୟ ଇନ୍ଦିରା ଛକରେ କାହ୍ନା ଟି ଷ୍ଟଲ ନାମରେ ଖୋଲିଥିବା ଚା ଦୋକାନ ମାଲିକ ଡିଗେଶ୍ଵର ଠେଲା ସନ୍ତୋଷ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ୭ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିଛନ୍ତି । ଆଗକୁ ମଧ୍ୟ ନିଜର ସାମର୍ଥ ଅନୁସାରେ ସାହାଯ୍ୟ କରିବି ବୋଲି କହିଛନ୍ତିି ସହ ଅନ୍ୟ ମାନେ ମଧ୍ୟ ସନ୍ତୋଷଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି । ଜଣେ ଚା ବିକାଳି ନିଜର ଅନ୍ୟ ଲୋକଙ୍କ କଷ୍ଟକୁ ସହିନ ପାରି ସହଯୋଗରେ ହାତ ବଢାଇଥିବା ବେଳେ ଅନ୍ୟ ସମାଜସେବୀ ସ୍ଵେଚ୍ଛାସେବୀ ମାନଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

jayashree
Leave A Reply

Your email address will not be published.