ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟାପକ ଏବଂ କତୃପକ୍ଷ ସାଂସଦଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ ଜଣାଇ ଥିବା ବେଳେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରାଚୀ ଅଗ୍ରୱାଲ, ଆଫ୍ରିନ, ସ୍ନେହା ଦାସ, ପ୍ରତ୍ୟୁଷ କୁମାର ଦାସ, ଆଦିତ୍ୟ ବନଛୋର, ଆୟୁଷ ରାୟ, ଜୀବନାନନ୍ଦ ଦାସ, ଶୁଭମ ଦାନୀ, ପରିତୋଷ ଡଣ୍ଡସେନ, ପ୍ରିତମ ପଧାନ, ଅଭିନାଶ ସାହୁ, ସରୋଜ ନାଏକ, ଦେବଦତ୍ତ ସେଠ, ଦୀପକ ସାହୁ, ଉମେଶ ସାହୁ, ମୁକେଶ ଯାଦବ, ଚିନ୍ତାମଣି ସାହା ପ୍ରମୁଖ ସାଂସଦଙ୍କୁ ଉପଢୌକାନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହି ସଭାରେ ଯୋଗଦେଇ ସାଂସଦ ଶ୍ରୀ ପୁରୋହିତ ବାଗ ଦେବୀ ସରସ୍ୱତୀଙ୍କର ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ ପୂର୍ବକ ସଭା ଆରମ୍ଭ କରିବା ସହ ନିଜ ଛାତ୍ର ଜୀବନ କଥା ସହ କମ୍‌ ନମ୍ବର ରଖୁଥିବା ବିଦ୍ୟାର୍ଥୀ ମଧ୍ୟ ଦିନେ ସଫଳ ହୋଇପାରିବ ଏବଂ ତାଙ୍କୁ ନିରାଶ ନକରି ଉତ୍ସାହ ଦେଲେ ସେମାନେ ଆଗାମୀ ଦିନରେ ନିଶ୍ଚିତ ସଫଳତା ପାଇବେ ବୋଲି ନିଜର ଉଦ୍‌ବୋଧନରେ କହିବା ସହ ବିଶ୍ୱର ନାମି ବୈଜ୍ଞାନିକ ଥୋମାସ ଅଲଭା ଏଡିସନ୍‌ଙ୍କ ଜୀବନର ଉଦାହରଣ ଦେଇ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ କ୍ଷେତ୍ରରେ ନିଜର ସାମାଜିକ ଯୋଗଦାନ ଦେବା ପାଇଁ ବିଦ୍ୟାର୍ଥୀ ମାନଙ୍କୁ ଆହ୍ୱାନ ମଧ୍ୟ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ପଢିବା ସୁବିଧା ପାଇଁ ମହାବିଦ୍ୟାଳୟ କ୍ୟାମ୍ପସକୁ ଇଣ୍ଟାରନେଟ୍‌ ସେବାର ଶୁଭ ଉଧ୍‌ଘାଟନ କରିବା ସହ ମହାବିଦ୍ୟାଳୟର ଥିବା ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟ କତ୍ତୃପକ୍ଷଙ୍କ ତରଫରୁ ସାଂସଦଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଜଣେଇ ଥିଲେ । ମହାବିଦ୍ୟାଳୟରେ ଛାତ୍ର ସଂଖ୍ୟା ଅଧିକ ଥିବା ବେଳେ ଛାତ୍ରବାସ ପାଇଁ ହେଉଥିବା ଅସୁବିଧା ତଥା ବିଭିନ୍ନ ବିଭାଗରେ ଛାତ୍ରଙ୍କ ପାଇଁ ଆଡ୍‌ମିସନ୍‌ ସିଟ୍‌ ବଢ଼ାଯିବ, ମହାବିଦ୍ୟାଳୟ ପାଇଁ ଏକ ସ୍ଥାଡିୟମ୍‌ ଏବଂ ଅତ୍ୟାଧୁନିକ ଅଡିଟରୀୟମ୍‌ ଏବଂ ମହାବିଦ୍ୟାଳୟ ସାମ୍ନାରେ ଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବସ୍‌ଷ୍ଟପ୍‌ର ବ୍ୟବସ୍ଥା ଆଦି ସହ ସୂରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭିର ବ୍ୟବସ୍ଥା ଏବଂ ସର୍ବୋପରି ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପାଇଁ ଦାବି ଜଣାଇଥିଲେ । ଏହି ସଭାରେ ସାଂସଦ ଶ୍ରୀ ପୁରୋହିତଙ୍କ ସହ ଯୁବ ନେତା ପ୍ରୀତେଶ କୁମାର ବହିଦାର, ଅଶୋକ କୁମାର ମିଶ୍ର, ନରେଶ ସୁନ୍ଦର ସାହୁ, ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ କତ୍ତୃପକ୍ଷ ଏବଂ ବିଦ୍ୟାର୍ଥୀଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଦାବି ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ଏବଂ ଯଥା ଶୀଘ୍ର ସମ୍ଭବ ଦାବି ପୁରଣ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସଂସାଦ ଶ୍ରୀ ପୁରୋହିତ । ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଅତିଥି ପରିଚୟ ଦେଇଥିବା ବେଳେ ଅର୍ଥବିଜ୍ଞାନ ବିଭାଗର ଅଧ୍ୟାପକ ଡା. ବିରଞ୍ଚି ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରମୋଦ ତ୍ରିପାଠୀ ସଭାର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ମହାବିଦ୍ୟାଳୟ ଗଭର୍ନିଙ୍ଗ ବଡିର ଚ୍ୟାର୍‌ମେନ୍‌ ଗୋବିନ୍ଦ ପାଣିଗ୍ରାହୀ ମହାବିଦ୍ୟାଳୟର ସମସ୍ୟା ଓ ଦାବିମାନଙ୍କ ବିଷୟରେ ଆଲୋକପାତ ସହ ସମ୍ବର୍ଦ୍ଧନା ସଭାର ଯଥାର୍ଥତା ବୁଝାଇ ଥିଲେ । ଓଡ଼ିଆ ବିଭାଗ ଅଧ୍ୟାପକ ସରୋଜ ନାୟକ ସମ୍ପୂର୍ଣ୍ଣ ସଭାର ମଞ୍ଚ ପରିଚାଳନା କରିଥିବା ବେଳେ ଇଂରାଜୀ ବିଭାଗର ଅଧ୍ୟାପକ ଖଗେଶ୍ୱର ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟା ଅଧ୍ୟାପକ ଓ କତ୍ତୃପକ୍ଷ ମାନେ ଉପସ୍ଥିତ ରହି ସଭା ସୁଚାରୁ ସମ୍ପର୍ଣ୍ଣ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.