ବଲାଙ୍ଗିର ସାଂସଦଙ୍କ ନୋମିନି ହେଲେ ଦିନେଶ ଶର୍ମା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ନୋମିନି ହେଲେ ଦିନେଶ ଶର୍ମା । ଗତ ତା.୧୭.୦୭.୨୦୨୪ ଦିନ ଦିନେଶ ଶର୍ମାଙ୍କୁ ଦାୟିତ୍ୱ ଦେଇଥିଲେ ସାଂସଦ । ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ । ୨୦୨୪ ନିର୍ବାଚନ ଲୋକସଭା ସଂଯୋଜକ ଭାବେ ବେଶ ଦାୟିତ୍ୱ ତୁଳାଇଥିବା ବେଳେ ତାଙ୍କୁ ବଲାଙ୍ଗିର ଲୋକସଭା ସାଂସଦ ଜିଲ୍ଲାର ବିଭିନ୍ନ ବିଭାଗର ନୋମିନି କରିଛନ୍ତି । ଆଗରୁ ସେ ମେକ୍‌ ଇନ୍‌ ଇଣ୍ଡିଆର ସଂଯୋଜକ ଥିଲେ । ପୂର୍ବରୁ ରାଜ୍ୟ ବିଜେପି ପକ୍ଷରୁ ଅନେକ ଦାୟିତ୍ୱ ମିଳିଥିବା ବେଳେ ସେ ଏହି ନୋମିନି ଦାୟିତ୍ୱ ପାଇଥିବାରୁ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଶର୍ମା ରାଜନୀତି ଜିବନରେ ଏବିଭିପି ପ୍ରମୁଖ ପ୍ରଭାରି, ରାଜେନ୍ଦ୍ର କଲେଜର ଛାତ୍ର ସଂସଦର ସଂପାଦକ, ଟାଉନ ଯୁବ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ସଂପାଦକ ଥିଲେ । ମାହେଶ୍ୱରୀ ସଂଗଠନ ର ଉପଦେଷ୍ଟା, ସୋନପୁର ଜିଲ୍ଲା ପ୍ରଭାରି ହୋଇଥିବା ବେଳେ ପୂର୍ବରୁ ୨୦୧୯ରେ ମେଡିକାଲ୍‌ କଲେଜର ଏମ୍‌ପିଙ୍କ ନୋମିନି ଓ ମିଡିଆ ସେଲରେ ଦାୟିତ୍ୱ ତୁଳାଇଥିଲେ । ଏ ବିଷୟରେ ସୋସିଆଲ୍‌ ମିଡିଆରେ ପ୍ରଚାରିତ ହେବା ପରେ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.