csstore

ମା’ଙ୍କ ନାମରେ ଗଛଟିଏ ଲଗାଇଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ପ୍ରାଥମିକ ଟିଓୟୁପି ବିଦ୍ୟାଳୟରେ ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭା ପାର୍ବତୀଗିରି ମଣ୍ଡପରେ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ପାଇକମାଲ ରେଞ୍ଜର ହୃଦାନନ୍ଦ ମିଶ୍ର, ସମ୍ମାନିତ ଅତିଥି ସହ ଗୋଷ୍ଠୀଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଧଳେନ୍ଦ୍ର ବାରିକ, ବରଗଡ ଜିଲ୍ଲା ପରିବେଶ ମଞ୍ଚର ଉପସଭାପତି ପ୍ରକୃତିବନ୍ଧୁ ବଡ ଶତପଥି, ବିଭୁତି ମୁଣ୍ଡ, ଧିରେନ ମହାନ୍ତି, ନନ୍ଦଲାଲ ନାୟକ, ଭୁବନେଶ୍ୱର ପ୍ରଧାନ ପ୍ରମୁଖ ପ୍ରକୃତି ବନ୍ଧୁମାନେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇ ଗଛକୁ ବଞ୍ଚାଇ ପାରିଲେ ପୃଥିବୀ ବଂଚିବ ବୋଲି କହିବା ସହ ମଣିଷ ବଂଚିବେ ବୋଲି ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ଅତିଥିମାନେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରି ଥିବାବେଳେ ଶିଶୁଟିଏକୁ ଗଛଟିଏ ବୋଲି ଛାତ୍ରଛାତ୍ରୀ ସ୍ଲୋଗାନ ଦେଇଥଲେ । ଏହି କାର୍ଯ୍ୟକ୍ରମରେ ଅତିଥିବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବୃକ୍ଷରୋପଣ କରିଥିଲେ । ପରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ଉକ୍ତ ସଭାରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷର ଉପକାରିତା ଉପରେ ଆଲୋକପାତ କରିଥିଲେ ଓ ନିଜ ମାଆ ସୁଲୋଚନା ପୁରୋହିତଙ୍କ ନାମରେ ଏକ ଗଛ ଲଗାଇ ଥିଲେ । ଶେଷରେ ଶିକ୍ଷକ ନିରଞ୍ଜନ ଦୀପ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.