oom

ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର କରି ଲାଭବାନ ହେଉଛନ୍ତି ବନ ସଂରକ୍ଷଣ ସମିତି

jsmm

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ରାଜ୍ୟର ଅବକ୍ଷୟିତ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସରକାରୀ ସ୍ତରରେ ସାରା ରାଜ୍ୟରେ ଥିବା ବିଭିନ୍ନ ବନଖଣ୍ଡରେ ୧୬୧୨୮ରୁ ଅଧିକ ବନସୁରକ୍ଷା ସମିତି ଗଠନ କରାଯାଇଛି । ଏହି ସମିତିର ସହଯୋଗରେ ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର କରିବା ସହିତ ଲୋକଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ସେମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଇ ପାରୁଛି । ଏହିପରି ଭାବେ ବଣାଇଁ ବନଖଣ୍ଡ ଅଧିନରେ ଥିବା ୭ଟି ରେଞ୍ଜରେ ୩୪୩ ଗୋଟି ବନ ସଂରକ୍ଷଣ ସମିତି ଗଠନ କରି ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ମାଧ୍ୟମରେ ଲୋକମାନଙ୍କ ଜୀବନ ଧାରଣରେ ଉନ୍ନତି ଅଣାଯାଇ ପାରିଛି । ବନ ସଂରକ୍ଷଣ ସମିତି ମାଧ୍ୟମରେ ବାର୍ଷିକ ବୃକ୍ଷରୋପଣ, ପରିବେଶ ସଚେତନତା ଓ ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର ସବୁଜ ବନାନୀର ସୁରକ୍ଷା ଇତ୍ୟାଦି କାର୍ଯ୍ୟକ୍ରମ ବିଭିନ୍ନ ସରକାରୀ ପ୍ରକଳ୍ପ ମାଧ୍ୟମରେ ଜାରି ରହିଛି । ଏହି ବନ ସଂରକ୍ଷଣ ସମିତିମାନଙ୍କୁ କେତେକ ସ୍ଥାନରେ ଉଜୁଡା ଜଙ୍ଗଲର ଅଂଶ ନ୍ୟସ୍ତ କରି କ୍ଷେତ୍ର ଭାବେ ପରିଚାଳିତ କରିବା ପାଇଁ ଦିଆଯାଇଛି । ସରକାରଙ୍କ ନିୟମ ଅନୁସାରେ ନ୍ୟସ୍ତ ହୋଇଥିବା ଜଙ୍ଗଲରେ ବନ ଉନ୍ନୟନ ନିଗମ ଦ୍ୱାରା କୁପ୍ କାମ କରାଗଲେ ସେହି ଆର୍ଥିକ ବର୍ଷରେ ଲାଭାଂଶର ୫୦% ପ୍ରତିଶତ ଉକ୍ତ ବନ ସଂରକ୍ଷଣ ସମିତିକୁ ପ୍ରଦାନ କରାଯାଇଥାଏ । ସେହି ଅର୍ଥକୁ ସମିତି ନିଜ ଅଞ୍ଚଳର ବିକାଶ ପାଇଁ ଉପଯୋଗ କରି ଲୋକମାନଙ୍କୁ ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରିଥାଏ । ୨୦୧୯/୨୦ ଆର୍ଥିକ ବର୍ଷରେ ଜର୍ଡା ରେଞ୍ଜର ବୁଦେଲବାହାଲ ବନ ସଂରକ୍ଷଣ ସମିତିକୁ ତାଙ୍କର ଲାଭାଂଶ ବାବଦରେ ୫,୮୫୫୨୫.୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସମିତି ସେହି ଅଞ୍ଚଳର ବିକାଶ ପାଇଁ ଏକ ଗଭୀର ନଳକୂପ ଖନନ କରି ଜଳସେଚନ ମାଧ୍ୟମରେ ପଡିଆ ପଡ଼ିଥିବା ଜମିରେ ବିଭିନ୍ନ କୃଷିକାର୍ଯ୍ୟ କରିବା ସହ ଫଳଗଛ ରୋପଣ କରି ଆଗାମୀ ଦିନରେ ବେଶ ଦୁଇ ପଇସା ରୋଜଗାର କରି ଲାଭବାନ ହୋଇଥିଲେ ।

jittmm
Leave A Reply

Your email address will not be published.