ପିପିଲିପାଲି ଯୁବକ ସଙ୍ଘ ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲା ସଂକ‌ଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ସ୍‌ସ୍ଥିତ ପିପିଲିପାଲି ଗ୍ରାମରେ ଅଁଳା ନବମୀ ଉପଲକ୍ଷେ ଆଜି ପିପିଲିପାଲି ଯୁବକ ସଙ୍ଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କରୋନା ଯୋଦ୍ଧା ସମ୍ମାନରେ ସଂକ‌ଳ୍ପ ପରିବାର, ବରଗଡ଼କୁ ସମ୍ମାନିତ କରାଯାଇଥିଲା । ସଂଘର ସଭାପତି ସୁଦାମ ଭୋଇ ତଥା ବରିଷ୍ଠ ସଭ୍ୟ ଶ୍ୟାମସୁନ୍ଦର ଦୁର୍ଗାଙ୍କ ଉପସ୍ଥିତିରେ ସମାଜସେବାକୁ ବ୍ରତ ରୂପେ ପାଳନ କରୁଥିବା ସଂକ‌ଳ୍ପ ପରିବାର ତଥା ସ୍ବେଛାସେବୀ ବିକାଶ ଅଗ୍ରୱାଲଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ । ଉକ୍ତସଭାକୁ ବିଭୂତି ଦୀପ ପରିଚାଳନା କରୁଥିବା ବେଳେ ବଳିଷ୍‌ଷ୍ଠ ଦୁର୍ଗା, କ୍ଷେତ୍ର ଭୋଇ, ସୁଦାମ ଭୋଇ, ବୁଦ୍ଧଦେବ ମାଝୀ, ଦୁଷ୍ମନ୍ତ ବାଗ, ନିକି ଷଣ୍ଢ, ଆଶିଷ ଭୋଇ, ଈଶ୍ୱର ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂକ‌ଳ୍ପ ପରିବାର ତରଫରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇ ସଭା ସମାପ୍ତ କରାଯାଇଥିଲା । ସଂକ‌ଳ୍ପ ପରିବାରର ସଭାପତି ରୋହିତ ଜସ୍ୱାଲ, ନିଧାନ ଦନ୍ତା, ଜି. ରମେଶ, ବିକାଶ ଭୋଇ ପ୍ରମୁଖ ଉପସ୍ଥିତ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.