shyamal

ରତ୍ନ ଭଣ୍ଡାର ଖୋଲିବା ସହ ୧୪ ତାରିଖର ଅପୂର୍ବ ସଂଯୋଗ – ହେମନ୍ତ ପଣ୍ଡା

  • ପୂର୍ବରୁ ୧୯୮୫ ମସିହା ଜୁଲାଇ ୧୪ରେ ଖୋଲାଯାଇଥିଲା ଭିତର ରତ୍ନ ଭଣ୍ଡାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀମାନଙ୍କ ଭାବାବେଗକୁ ସମ୍ମାନ ଦେଇ ପରିଶେଷରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ଖୋଲାଯାଇଛି । ପୂର୍ବରୁ ଶେଷଥର ପାଇଁ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାରକୁ ୧୯୮୫ ମସିହା ଜୁଲାଇ ୧୪ରେ ଖୋଲାଯାଇଥିବା ତଥ୍ୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଚିଠି ନଂ- ୧୨୧୮୯ ତା ୨୯/୧୦/୨୦୨୨ ଯୋଗେ ପ୍ରଦାନ କରାଯାଇଥିଲା । ପୁଣି ୩୯ ବର୍ଷ ପରେ ସେହି ୧୪ ତାରିଖ ଦିନ ଭିତର ରତ୍ନ ଭଣ୍ଡାରକୁ ଖୋଲାଯାଇଛି । ଏହାକୁ କେବଳ ଏକ ଅପୂର୍ବ ସଂଯୋଗ ବୋଲି କୁହାଯାଇପାରେ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ୧୯୭୭ ମସିହାରେ ଶେଷଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲା ଯାଇଥିଲା ବୋଲି ଯାହା ପ୍ରଚାର କରାଯାଉଛି ତାହା ଭୁଲ ବୋଲି ସୂଚନା ଅଧିକାର କର୍ମୀ ପଣ୍ଡା କହିଛନ୍ତି । ଏହା ସହ ତଥ୍ୟରେ ୧୯୫୪-୫୫ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଲାଗୁ କରାଯିବା ପରେ ସମସ୍ତ ସମ୍ପତ୍ତିର ବସ୍ତୁ ସୂଚୀର ତାଲିକା କରାଯାଇଥିବା କଥା କୁହାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୧୧ ସେପ୍ଟେମ୍ବର ୨୦୧୪ ମସିହା ଶ୍ରୀମନ୍ଦିର ପରିଚାଳନା କମିଟି ବୌଠକରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଆଁ ଯାଇଥିଲା । କିନ୍ତୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ୧୦ ବର୍ଷ ଲାଗିଗଲା ବୋଲି ପଣ୍ଡା କହିଛନ୍ତି । ସେ ପୁଣି କହିଛନ୍ତି ଯେ, ସରକାରଙ୍କ ପାଖରେ ମହଜୁଦ ଥିବା ସୁନା, ରୂପା ସହ ରତ୍ନ ତାଲିକାକୁ ସାର୍ବଜାନିନ କରାଯିବା ସଙ୍ଗେ ବର୍ତ୍ତମାନର ଗଣତି ତାଲିକାକୁ ମଧ୍ୟ ସାର୍ବଜାନୀନ କରାଯାଉ ଓ ତାଲିକାକୁ ଠିକ ଭାବରେ ସଂରକ୍ଷନ କରାଯାଉ ଯାହା ଫଳରେ ଭବିଷ୍ୟତରେ ଆଉ ଦ୍ୱନ୍ଦ ଉପୁଜିବ ନାହିଁ ବୋଲି ପଣ୍ଡା କହିଛନ୍ତି ।

purusottam
Leave A Reply

Your email address will not be published.