csstore

ନୃସିଂହନାଥରେ ରକ୍ତଦାନ ଶିବିର : ୨୦ ୟୁନିଟ୍ ରକ୍ତ ସଂଗୃହୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନବାନ୍ନ ଫାଉଣ୍ଡେସନ୍ ଓ ଲାୟନ୍ସ କ୍ଲବ, ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଆଇଓସିଏଲ ଯାତ୍ରୀ ନିବାସ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବରଗଡ଼ ଲୋକସଭା ସଦସ୍ୟ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ, ପାଇକମାଲ ରେଞ୍ଜର ନିହାର ରଞ୍ଜନ ସୂତାର ଏବଂ ଲାୟନ୍ସ କ୍ଲବର ପ୍ରାକ୍ତନ ସଭାପତି ଜନାର୍ଦ୍ଦନ ପଣ୍ଡା ଉପସ୍ଥିତ ରହି ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଲାୟନ୍ସ କ୍ଲବର ସଭାପତି ଡା. ଲମ୍ବୋଦର ପଣ୍ଡା ସଭା ପରିଚାଳନା କରିଥିଲେ । ପଦ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀମାନଙ୍କ ସହଯୋଗରେ ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ନବାନ୍ନ ଫାଉଣ୍ଡେସନର ନିର୍ଦ୍ଦେଶକ ଶିତାଂଶୁ ସାହୁଙ୍କ ନେତୃତ୍ୱରେ ଲାୟନ୍ସ କ୍ଲବର ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ନନ୍ଦଲାଲ ନାୟକ, ଡା. ରାଜୀବ ଲୋଚନ ପଟ୍ଟନାୟକ, ମୀନକେତନ ବେହେରା, ଅଶୋକ ଜିନ୍ଦଲ, ସୁନ୍ଦରମଣି ନାୟକ, ଅଶୋକ ଜିନ୍ଦଲ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସମସ୍ତ ରକ୍ତଦାତାଙ୍କୁ ଅତିଥି ମାନଙ୍କ ଦ୍ୱାରା ଗଛଚାରା ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.