ଅଖିଳ ଭାରତୀୟ ସାହିତ୍ୟ ପରିଷଦର ୱେବ୍‌ ସଂଗୋଷ୍ଠୀ ଅନୁଷ୍ଠିତ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ତରଫରୁ ସଭାପତି ଜଗଦାନନ୍ଦ ଛୁରିଆଙ୍କ ପୌରୋହିତ୍ୟରେ ‘ଅନୁବାଦ ସାହିତ୍ୟର ଇତିବୃତ୍ତି’ ପ୍ରସଙ୍ଗରେ ଏକ ୱେବ୍‌ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି । ଆଲୋଚକ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ. ସନ୍ତୋଷ କୁମାର ରଥ ଏବଂ ବରିଷ୍ଠ ସାହିତ୍ୟିକ ଡ. ଭବାନୀ ଶଙ୍କର ପଟେଲ ପ୍ରସଙ୍ଗ ଆଧାରିତ ନାନାବିଧ ତଥ୍ୟ ଉତ୍‌ଥାପନ ପୂର୍ବକ ଉଚ୍ଚ କୋଟିର ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଗୋଷ୍ଠୀରେ ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, କଟକ ତଥା ଭୁବନେଶ୍ୱରରୁ ୩୦ରୁ ଅଧିକ ପ୍ରତିଭାଗୀ ଯୋଗଦାନ କରିଥିଲେ । ୮ଜଣ ପ୍ରତିଭାଗୀ ନିଜ ନିଜ ଅନୁଦିତ କବିତା ପାଠ କରିଥିଲେ । ଉପ-ସଭାପତି ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ସମେତ ରାମଚନ୍ଦ୍ର ପଟେଲ, ସବିତା ଭୋଇ, ମୀନକେତନ ବାରଲେଡିଆ, ସନ୍ତୋଷ କୁମାର ମହାପାତ୍ର, ନରୋତ୍ତମ ସାହୁ, ଶିବପ୍ରୀୟା ମିଶ୍ର, ରଘୁନାଥ ପଣ୍ଡା, ନକୁଳ ମେହେର, ଜ୍ୟୋତିରାଣୀ ମିଶ୍ର, ଅଶୋକ ମହାରଥୀ, ମାଧବୀ ପଟେଲ, ହରିପ୍ରୀୟା ସେଠୀ, ସୁରୁଚି ମିଶ୍ର, ସତ୍ୟନାରାୟଣ ପଧାନ, ଜ୍ୟୋତି ପ୍ରକାଶ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୁଶ୍ରୀ ସଂଯୁକ୍ତା ପରିଚ୍ଛା ସଂଯୋଜନା କରିଥିଲେ । ପରିଷଦର ରାଜ୍ୟ ସଂଗଠନ ସଂପାଦକ ନାରାୟଣ ନାୟକ, ରାଜ୍ୟ ସଂପାଦକ ଧର୍ମବ୍ରତ ରଥ ଏବଂ ରଙ୍କମଣି ବାରିକ ସମସ୍ତ କାର୍ୟ୍ୟକ୍ରମ ପରି·ଳନା କରିଥିଲେ । ରାମଚନ୍ଦ୍ର ପଟେଲ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.