csstore

ନୃସିଂହନାଥ ପୀଠରେ ବିଜେପିର ସେବା ଓ ସମର୍ପଣ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସକୁ ବିଜେପି ସାରା ଭାରତ ବର୍ଷରେ ସେବା ଓ ସମର୍ପଣ ଅଭିଯାନ ଭାବେ ପାଳନ କରୁଅଛି । ସେପ୍ଟେମ୍ବର ୧୭ ମୋଦୀଙ୍କ ଜନ୍ମ ଦିବସରୁ ଅକ୍ଟୋବର ୭ ତାରିଖ ଯାଏଁ ଏହି ଅଭିଯାନ ଚାଲୁ ରହିବ ସୈନିକ ଓ କିଷାନଙ୍କୁ ସମ୍ବର୍ଦ୍ଧନା, ବୃକ୍ଷ ରୋପଣ, ରକ୍ତଦାନ ଶିବିର ଆୟୋଜନ, ଦୁସ୍ଥ ଓ ଅସହାୟଙ୍କୁ ଫଳ ଶୁଖିଲା ଖାଦ୍ୟ ବଣ୍ଟନ, ବିଭିନ୍ନ ଆଲୋଚନା ଚକ୍ର ଆୟୋଜନ, ସ୍ବଚ୍ଛତା ଉପରେ ଗୁରୁତ୍ବ, ସ୍ଥାନୀୟ ଅଞ୍ଚଳରେ ଥିବା ପୂଜ୍ୟପୂଜା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସମେତ ଅନେକ ସେବା ମୂଳକ କାମ ହାତକୁ ନିଆଯାଇଛି ବୋଲି ବରଗଡ ଜିଲ୍ଲା ଉପସଭାପତି ତଥା ଉକ୍ତ ଅଭିଯାନର ସକ୍ରିୟ ଦାୟିତ୍ୱ ଥିବା ସରୋଜ ସାମଲ ପ୍ରକାଶ କରିଛନ୍ତି । ଗତକାଲି ଜିଲ୍ଲା ସ୍ତରରେ କୃଷକ ମୋର୍ଚ୍ଚା ତରଫରୁ ସୈନିକ ଓ କିଷାନ ଦିବସ ପାଳନ କରି କୃଷକ ଓ ଅବସର ପ୍ରାପ୍ତ ସୈନିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଆଜି ପାଇକମାଲ ଠାରେ ସ୍ୱଚ୍ଛ ଭାରତ ମିଶନର ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ନୃସିଂହନାଥ ପୀଠରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ପରିସରକୁ ସଫା କରିବା ସହ ପ୍ରତିମୂର୍ତ୍ତିରେ ସ୍ଥାନୀୟ ନେତାମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରକୁ ଆସି ସ୍ୱାଧୀନତା ସଂଗ୍ରାମୀ, ବହ୍ନିକନ୍ୟା ତଥା ଅନୁଷ୍ଠାନର ପ୍ରତିଷ୍ଠାତା ମାଆ ପାର୍ବତୀ ଗିରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଅନୁଷ୍ଠାନର କୁନିକୁନି ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସରୋଜ ସାମଲ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ପାଇକମାଲ ସାଂସଦ ପ୍ରତିନିଧି ବଳରାମ ସାହୁ, ସୁଶାନ୍ତ ନାଗ, ଦିବାକର ତାଣ୍ତି, ରାଜ ମହମ୍ମଦ, ରୋଶନ ପାଣିଗ୍ରାହୀ, ଇନ୍ଦ୍ରଜିତ ଭୋଇ, ଯୋଗେନ୍ଦ୍ର ଭୋଇ, ହରେକୃଷ୍ଣ ସୁନା, ଅଜୁ ସେଠ, ମନୋଜ କୁମ୍ଭାର, ସୁବାଷିନୀ ପ୍ରଧାନ, ମାଧବି ପ୍ରଧାନ, ନୀତିଶ ସାହୁ, ଉମାକାନ୍ତ ସେଠ ସମେତ କାର୍ଯ୍ୟକର୍ତ୍ତା ଉକ୍ତ ଅଭିଯାନରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.