csstore

ସ୍ୱପ୍ନେଶ୍ୱର ବାବାଙ୍କର ପତର ପେଣ୍ଡି ଉତ୍ସବ ସମ୍ପୂର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠୀ ଉତ୍ସବ । ଏହି ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରିପ୍ରେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ତରଫରୁ ମଧ୍ୟ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବାଙ୍କର ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଆଜି ବାବା ସ୍ୱପ୍ନେଶ୍ଵର ମହାଦେବଙ୍କର ପତର ପେଣ୍ଡି ଉତ୍ସବ ସମ୍ପର୍ଣ୍ଣ ହୋଇଯାଇଛି । ପଦ୍ମପୁର କଣ୍ଟାବନ୍ଧ ସ୍ଥିତ ସ୍ୱପ୍ନେଶ୍ୱର ବାବାଙ୍କର ମନ୍ଦିରରୁ ଘଣ୍ଟ, ଶଙ୍ଖ, ଡମ୍ବରୁ ନାଦ ସହ ପଞ୍ଚାବାଦ୍ୟରେ ଚାରି ଦିଗ ଭ୍ରମଣ କରି ବରପିତା ହିସାବରେ ସୌଭାଗ୍ୟ ପାଇଥିବା ଯୋଗେଶ ସାହୁ ସପ୍ତରୁଷିଙ୍କ ସହ କନ୍ୟା ଅନ୍ୱେଷଣରେ ବାହାରିଥିଲେ ବର ପକ୍ଷ । ନଗର ବୁଲିବା ସହ ପଦ୍ମପୁର ସାହୁପଡା ସ୍ଥିତ ମାତା ଶକ୍ତି ସ୍ୱରୂପିଣୀ ପାର୍ବତୀଙ୍କ ପିତାମାତା ଅଶୋକ କୁମାର ଦାନୀ ଓ ଶ୍ରୀମତୀ ମନସ୍ୱିନୀ ଦାନୀଙ୍କ ଘରେ ପହଂଚିବା ସହ ବୈଦିକ ରୀତିନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା ପତ୍ର ପେଣ୍ଡି ଉତ୍ସବ । ତେବେ ଏହି ପରମ ପୂଣ୍ୟ ବିବାହ ଉତ୍ସବରେ ପୂଜକ ଭାବରେ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ, ପ୍ରଦୀପ ରଥ, ସତ୍ୟପ୍ରକାଶ ପାଣିଗ୍ରାହୀ, କାନ୍ତିଲାଲ ଦାସ ଦାୟିତ୍ୱ ତୁଳଇ ଥିବାବେଳେ ଦେବତା, କିନ୍ନର, ଯକ୍ଷ, ରାକ୍ଷସ, ଗନ୍ଧର୍ବ ଆଦି ଜୀବ ଜଗତକୁ ସାକ୍ଷୀ ରଖି ଆଜି ବାବାଙ୍କ ବରପକ୍ଷରୁ ମା’ ଜାଗତ ଜନନୀ ପାର୍ବତୀଙ୍କର ଅଳଙ୍କାର ଧାରଣ ନୀତି ସମ୍ପୂର୍ଣ୍ଣ ପାଇଁ ସ୍ଥିର କରାଯାଇଥିବା ବେଳେ ଆସନ୍ତା ସୋମବାର ଦିନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରରୁ ବୈଦିକ ରୀତିରେ ବାବାଙ୍କର ଭବ୍ୟ ବରଯାତ୍ରୀ ସହ କନ୍ୟା ମାତାପିତାଙ୍କ ଘରେ ଭବ୍ୟ ବିବାହ ଉତ୍ସବ ଆୟୋଜନ କରାଯିବାର କମିଟି ତରଫରୁ ସୂଚନା ଦିଆଯାଇଛି । ବୁଧବାର ଦିନ ସନ୍ଧ୍ୟା ସମୟରେ ମା’ ଜଗତ ଜନନୀ ପାର୍ବତୀ ଏବଂ ଦେବାଧି ଦେବ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କର ଯୁଗଳ ପ୍ରତିମା ଭବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ପୁନଃ ମନ୍ଦିରକୁ ଯାତ୍ରା କରିବେ ।

jayashree
Leave A Reply

Your email address will not be published.