
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଯୋଗୀସାଗର ସ୍ଥିତ ଯୋଗେଶ୍ୱର ମନ୍ଦିରରେ ଶୁକ୍ରବାର ଦିନ ଯୋଗେଶ୍ୱର ବାବାଙ୍କ ଶୁଭ ବିବାହ ତଥା ଦେଓଗାଁରେ ୧୬ତମ ଶୀତଳଷଷ୍ଠୀ ଉଦ୍ଯାପିତ ହୋଇଯାଇଛି । ଚଳିତ ବର୍ଷ ଯୋଗେଶ୍ୱର ବାବାଙ୍କ ପିତା ଦାୟିତ୍ୱ ପୂର୍ବ ସରପଞ୍ଚ ଚନ୍ଦ୍ରଚୁଡ଼ ବେହେରା ଓ ଧର୍ମପତ୍ନୀ ପୁଷ୍ପା ବେହେରା ତୁଲାଉଥିବା ବେଳେ ଆଦିଶକ୍ତି ମା’ ପାର୍ବତୀଙ୍କ ପିତା ଭାବେ ଶୁଭ୍ରାଂଶୁ ନାଏକ ଓ ଧର୍ମପତ୍ନୀ ବିଳାଶିନୀ ନାଏକ ଦାୟିତ୍ୱ ତୁଲାଉଛନ୍ତି । ପୁରୋହିତ ବୁଲୁ ନାୟକ ବିବାହ କାର୍ଯ୍ୟ କରିଥିଲେ । ଶୁକ୍ରବାର ସକାଳ ୬ ରୁ ୬.୪୮ ମଧ୍ୟେ ବୈଦ୍ୟାରମ୍ଭ, ମାଟି ପକା ଓ ଗଣସନ ହୋଇଯାଇଥିବା ବେଳେ ୯. ୪୬ ରୁ ୧୭. ୫୭ ମଧ୍ୟେ ମାଙ୍ଗଳିକ ଶ୍ରାଦ୍ଧ, ବରାନୁଗମନ, ୧୧ଟା ୩୬ରେ ଅଳଙ୍କାର ଧାରଣ ଓ ୧ଟା ୩୬ଗତେ ବିବାହ ପାଣିଗ୍ରହଣ କରାଯାଇଛି । ଚଳିତ ବର୍ଷ ଶୀତଳଷଷ୍ଠୀ କମିଟିର ସଭାପତି ଭାବେ ଘନଶ୍ୟାମ ବାରିକ ଦାୟିତ୍ୱ ତୁଲାଇ ଥିବା ବେଳେ ସଂପାଦକ ପୂର୍ବ ସରପଞ୍ଚ ଚନ୍ଦ୍ରଚୁଡ଼ ବେହେରା ଓ କୋଷାଧ୍ୟକ୍ଷ ଭାବେ ଗୋବର୍ଦ୍ଧନ ଦଳାଇ ଦାୟିତ୍ୱ ସଂପାଦନ କରିଥିଲେ । ସେହିପରି ମହାଦେବ ମନ୍ଦିରର ପୂଜକ ରବିନାରାୟଣ ଥନାପତି ସହ ରାଜେନ୍ଦ୍ର ସାହୁ, ପ୍ରଦୀପ ସାହୁ, କୁନା ସାହୁ, ବିରେନ୍ଦ୍ର ଜୁଏଡ଼, ନିରୋଜ ସାହୁ, ନବ ରଣା, ଦେବାଶିଷ ମିଶ୍ର, ସୁଜାତା ସାହୁ, ମାଧବୀ ଭୋଇ, ସ୍ୱର୍ଣ୍ଣକାନ୍ତି ଦଲାଇ, ଶୋଭାଗିନୀ ସାହୁ, ଭାଗ୍ୟବତୀ ସାହୁ, ନଳୀନି ସାହୁ, ଚୁମ୍କି ପୁଟେଲ ପ୍ରମୁଖ ସହଯୋଗ କରିଥିଲେ ।