csstore

ବିଶ୍ୱ ହିନ୍ଦୁ ପରିଷଦର ସାମ୍ବାଦିକ ସମ୍ମିଳନୀ

  • ତିଲକ ଅଭିଯାନ ଆସନ୍ତା ୨୫ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ହିନ୍ଦୁ ପରିଷଦର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୫ରୁ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ସମ୍ପର୍କରେ ଅମର ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି କାମାକ୍ଷା ପ୍ରସାଦ ରଣା, କାର୍ଯ୍ୟକ୍ରମ ପ୍ରମୁଖ ବିକାଶ ଗୋୟେଲ, ବରିଷ୍ଠ କର୍ମକର୍ତ୍ତା ଘନଶ୍ୟାମ ପାଣି, ବଜରଙ୍ଗଦଳର ଜିଲ୍ଲା ସଂଯୋଜକ ରାକେଶ ଶର୍ମା ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ୧୯୬୪ ମସିହା ଜନ୍ମାଷ୍ଟମୀ ଦିନ ବିଶ୍ଵ ହିନ୍ଦୁ ପରିଷଦର ଗଠନ କରାଯାଇଥିଲା । ଚଳିତ ବର୍ଷ ୬୦ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଆସନ୍ତା ୨୫ ତାରିଖ ଦିନ ବାସନ୍ତୀ କଲୋନୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ତିଳକ ଅଭିଯାନ ଆରମ୍ଭ କରାଯାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯିବ । ସେହିପରି ସେପ୍ଟେମ୍ୱର ୧ ତାରିଖ ଦିନ ରେଲୱେ ଷ୍ଟେସନ ନିକଟ ସଙ୍କଟମୋଚନ ମନ୍ଦିର ଠାରୁ ସକାଳ ୯ଟାରେ ଏକ ବିଶାଳ ହିନ୍ଦୁ ଜାଗରଣ ଯାତ୍ରା ରାଉରକେଲା ମୁଖ୍ୟ ମାର୍ଗ ଦେଇ ବିରଜାପଲ୍ଲୀ ସ୍ଥିତ ମାହେଶ୍ୱରୀ ଭବନ ଠାରେ ପହଞ୍ଚିବ । ସେଠାରେ ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ସଭାପତି ଡ. ରାଜକୁମାର ବଡ଼ପଣ୍ଡା ମୁଖ୍ୟ ଅତିଥି ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଶ୍ଚିମ ପ୍ରାନ୍ତ ସଂଘଚାଳକ ଡ. ସନାତନ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିବେ । ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ କାମାକ୍ଷା ପ୍ରସାଦ ରଣା ଓ ସଂଯୋଜକ ଭାବେ ବିକାଶ ଗୋୟଲ ଦାୟିତ୍ଵ ତୁଲାଇବେ । କାର୍ଯ୍ୟକ୍ରମ ଶେଷରେ ପ୍ରସାଦ ସେବନର ବନ୍ଦୋବସ୍ତ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.