jayashree

ଦେଶୀ କାବ୍ରୀ ବାଇଗଣ ବିହନର ସଂରକ୍ଷଣ ଓ ବାଇଗଣ ଚାଷର ପ୍ରସାର ପାଇଁ ରାଜ୍ୟସ୍ତରରେ ଜନମୁକ୍ତି ଅନୁଷ୍ଠାନ ସମ୍ମାନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସିଠାରେ ଦୁଇ ଦିନ ଧରି ଚାଲିଥିବା ମେ ୭ ଓ ୮ ,୨୦୨୬ ରାଜ୍ୟସ୍ତରୀୟ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟରର ବାର୍ଷିକ ଅଧିବେଶନରେ ଜନମୁକ୍ତି ଅନୁଷ୍ଠାନ ସମ୍ମାନୀତ ହୋଇଛି । ଦେଶୀ କାବ୍ରୀ ବିହନ ସଂରକ୍ଷଣ ଓ ଦେଶୀ ବାଇଗଣ ଚାଷକୁ ପ୍ରୋତ୍ସାହନ ଦେବା ସହିତ ମୁରିବାହାଲ ବ୍ଲକ ଅଞ୍ଚଳର ମହିଳା ଚାଷୀମାନଙ୍କୁ ଉକ୍ତ ଚାଷ ମାଧ୍ୟମରେ ଆର୍ଥିକ ସ୍ୱାବଲମ୍ବୀ ଓ ଜୀବିକା ବିକାଶ କରାଇ ପାରିଥିବା ଶ୍ରେଷ୍ଠ ଓ ଅତୁଳନୀୟ ଯୋଗଦାନ ପାଇଁ ଭାରତୀୟ ରୁରାଲ୍ ଲିଭ୍ଲିହୁଡ୍ ଫାଉଣ୍ଡେସନ, ନୂଆଦିଲ୍ଲୀଙ୍କ ଦ୍ୱାରା ଜନମୁକ୍ତି ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜନମୁକ୍ତି ଅନୁଷ୍ଠାନ ତରଫରୁ ସମ୍ପାଦକ ଭଜରାମ ସାହୁ ଓ ଏହାର କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୀବ କୁମାର ବାରିକ ଉପସ୍ଥିତ ରହି ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି । କୃତିତ୍ୱ ଓ ସଫଳ କର୍ଯ୍ୟକ୍ରମ ଅଧିକାରୀ ଭାବେ ଜନମୁକ୍ତି ଅନୁଷ୍ଠାନର ସଞ୍ଜୀବ କୁମାର ବାରିକ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ମାନୀତ ହୋଇଥବା ମୁରୀବାହାଲ ବ୍ଲକ୍ ଅଞ୍ଚଳ ପାଇଁ ଗର୍ବର ବିଷୟ ଅଟେ । ଅନୁଷ୍ଠାନର ଏହି ସଫଳତା କ୍ଷେତ୍ରରେ ମହିଳା ଚାଷୀଙ୍କ ଯୋଗଦାନ, ଅନୁଷ୍ଠାନର କର୍ମୀ ଓ କର୍ମକର୍ତ୍ତାଙ୍କ ନିଷ୍ଠାପର ଉଦ୍ୟମ ସହିତ ଓଡିଶା ସରକାର, ବି:ଆର୍:ଏଲ୍ ଏଫ୍, ଓ ପ୍ରଦାନ ସଂସ୍ଥାଙ୍କ ସହାୟତା ପାଇଁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ସମସ୍ତଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.