pr

“ଉତ୍କଳ ନବରତ୍ନ ସମ୍ମାନ”ରେ ସମ୍ମାନିତ ହେଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ

dr. purohit

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ଏବଂ ଜୟଦେବ ସଂସ୍କୃତି ବିକାଶ ପରିଷଦ, ଭାରତ ତରଫରୁ ପ୍ରଦତ୍ତ “ଉତ୍କଳ ନବରତ୍ନ ସମ୍ମାନ”ରେ ସମ୍ମାନିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ । ଆଜି କଟକ କଳା ବିକାଶ କେନ୍ଦ୍ରରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଏହି ସମ୍ମାନ ଡ. ସାହୁଙ୍କୁ ପ୍ରଦାନ କରାଯାଇଛି । ଓଡିଶା ଅପରାଧ ଶାଖାର ଆଇଜି ସାର୍ଥକ ଷଡ଼ଙ୍ଗୀ ମଧ୍ୟ ଆଜି ଏହି ସମ୍ମାନରେ ସମ୍ମାନିତ ହୋଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ନ୍ୟାୟାମୂର୍ତ୍ତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ତଥା ବତ୍‌ର୍ତ୍ତମାନ ଜାତୀୟ ମାନବାଧିକାର କମିଶନ ସଦସ୍ୟ, ସାଂସଦ ଯାଜପୁର ରବି ନାରାୟଣ ବେହେରା ତଥା ପୂର୍ବତନ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ସମ୍ମାନ ପ୍ରଦାନ ଉତ୍ସବକୁ ମହିମା ମଣ୍ଡିତ କରିଥିଲେ । ପ୍ରଶାସନିକ ସେବା ଜରିଆରେ ସମାଜରେ ତଳ ସ୍ତରରେ ଥିବା ଲୋକଙ୍କ ପାଖକୁ ପହଞ୍ଚି ସମସ୍ୟା ବୁଝି ତୁରନ୍ତ ସମାଧାନ କରିବା ଦିଗରେ ଡ. ସାହୁଙ୍କ ଭୂମିକାକୁ ପଶଂସା କରାଯାଇଛି । ଜଣେ ସାରସ୍ୱତ ସାଧକ ଭାବରେ ମଧ୍ୟ ଡ. ସାହୁ ବେଶ ପରିଚିତ । ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅନୁଷ୍ଠାନ ୨୦୦୨ ମସିହାରୁ ସମ୍ବର୍ଦ୍ଧିତ ଏବଂ ସମ୍ମାନିତ କରି ଆସୁଛି । ରାଜ୍ୟ କଳା ଗବେଷଣା ଓ ସଂସ୍କୃତି ପରିଷଦ ଇତି ପୂର୍ବରୁ ଓଡିଶାର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍କଳ ନବରତ୍ନ ସମ୍ମାନରେ ସମ୍ମାନିତ କରିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ସଚ୍ଚି ରାଉତରାୟ, ରଘୁନାଥ ପାଣିଗ୍ରାହୀ, ଗିରିଧାରୀ ଗମାଙ୍ଗ, ଯାଦୁନାଥ ଦାଶ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ କର ପ୍ରମୁଖ ଅଛନ୍ତି । ଏହି ସମ୍ମାନ ଜନକ ସମ୍ବର୍ଦ୍ଧନା ଜଣାପଡ଼ିବା ପରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର କୋଣ ଅନୁକୋଣରୁ ଜିଲ୍ଲାପାଳ ଡ. ସାହୁଙ୍କୁ ଶୁଭେଚ୍ଛା ଜଣାଯାଇଛି ।

nrusinghnath
Leave A Reply

Your email address will not be published.