mahavir

ଯମୁନା, ବନବାହାଲ, ବାରବନ୍ଧ, ଷ୍ଟେସନପଡ଼ା ଓ ବାହାଡୁକି ସମେତ ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମରେ ଚନ୍ଦନଯାତ୍ରା ମହୋତ୍ସବ ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଅଞ୍ଚଳର ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନପଡ଼ା), ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ରବିବାରଠାରୁ ଶ୍ରୀ ଶ୍ରୀ ଚନ୍ଦନ ଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ଦୀର୍ଘ ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଚନ୍ଦନ ଯାତ୍ରା ମହୋତ୍ସବ ଚନ୍ଦନ ପୂର୍ଣ୍ଣିମା ତଥା ବୁଦ୍ଧ ପୂର୍ଣ୍ଣିମାରେ ଉଦ୍‌ଯାପିତ ହେବା ସହ ବୈଶାଖ ବ୍ରତ ସମାପ୍ତ ହେବ । ଏହି ମହୋତ୍ସବରେ ପ୍ରତିଦିନ ମହାଭାରତର ବିରାଟ ପର୍ବ, ପୁରାଣ ପଠନ, ନାବକେଳି ସାଙ୍ଗକୁ ପ୍ରତିଦିନ ରାତିରେ ଗୁପ୍ତବନବାସ, କିଚକ ବଧ, ଗୋଧନ ହରଣ, ଅଭିମନ୍ୟୁ- ଉତ୍ତରାବାଲି ବିବାହ ପ୍ରଭୃତି ବିରାଟପର୍ବର ପୌରାଣିକ ନାଟକଗୁଡ଼ିକ ମଞ୍ଚସ୍ଥ ହେବ । ପୂର୍ବଦିନ ପ୍ରତ୍ୟେକ ଗ୍ରାମରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଯମୁନା ଗ୍ରାମରେ ଅନୁଷ୍ଠିତ ଚତୁର୍ଥ ବର୍ଷ ଚନ୍ଦନ ଯାତ୍ରାରେ ଗାନ୍ଧୀଲାଲ ମହାକୁର ଓ ତାଙ୍କ ଧର୍ମପତ୍ନୀ ସୌରୀ ମହାକୁର କର୍ତ୍ତା, ଦୁର୍ଯ୍ୟୋଧନ ପାଣିଗ୍ରାହୀ ଓ ପ୍ରେମାନନ୍ଦ ଥନାପତି ପୂଜକ ଦାୟିତ୍ଵରେ ଅଛନ୍ତି । ଏହି ଅବସରରେ ଆୟୋଜକ କମିଟି ପକ୍ଷରୁ ପୌରାଣିକ ଚନ୍ଦନ ଯାତ୍ରାର ବୟୋଜ୍ୟେଷ୍ଠ ଶତାୟୁ କଳାକାର ପୂର୍ଣ୍ଣଚନ୍ଦ୍ର ମହାକୁରଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ ଯମୁନା ଗ୍ରାମର ହୃଦାନନ୍ଦ କର୍ଣ୍ଣ, ସୁଶୀଲ ମେର୍ଲି, ବ୍ରଜମୋହନ ମହାକୁର, ମଲିଆ ପଧାନ, ମାର୍କଣ୍ଡ ମହାକୁର, ପରମାନନ୍ଦ ମହାକୁର, ଉଦ୍ରାଧର ମହାକୁର, ନଟବର ମେର୍ଲି, ଦେବେନ୍ଦ୍ର ପଧାନ, ଜେହେରୁ ମହାକୁର, ମଧୁସୁଦନ କର୍ମୀ, ବୁଡୁ ଡ଼ାଙ୍ଗ, ସୁରେଶ ପଧାନ, ଶଙ୍କର୍ଷଣ କର୍ମୀ, ଦିଲ୍ଲୀପ କର୍ଣ୍ଣ, ପ୍ରମେଷ୍ଟି ମହାକୁର, ସଂକୀର୍ତ୍ତନ୍ୟ କର୍ମୀ, ସୁରେନ୍ଦ୍ର ଡାଙ୍ଗ, ଭିକୁ ମେର୍ଲୀ, ଶ୍ରୀରାମ ଡାଙ୍ଗଙ୍କ ସହ ସମସ୍ତ ଯମୁନା ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମହିଳାମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି ବନବାହାଲ ଗ୍ରାମରେ ରଘୁନାଥ ବେହେରା ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ବେହେରା କର୍ତ୍ତା, ଗୁଣନିଧି ପାଣିଗ୍ରାହୀ ଓ ସଦାଶିବ ଦାସ ପୂଜକ ଦାୟିତ୍ଵରେ ଅଛନ୍ତି । ଆୟୋଜକ ପୂଜା କମିଟି ସଭାପତି ପ୍ରହଲ୍ଲାଦ ବେହେରା, ସମ୍ପାଦକ ସୁବୋଧ ବେହେରା, ସହସମ୍ପାଦକ କ୍ରିଷ୍ଣା ବାଗ ଓ କୋଷାଧ୍ୟକ୍ଷ ହରିଶଙ୍କର ବେହେରାଙ୍କ ସହ ସମସ୍ତ ଶ୍ରଦ୍ଧାଳୁ ମହିଳା ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ମୁରିବାହାଲ ଷ୍ଟେସନପଡାରେ ଅନୁଷ୍ଠିତ ପଞ୍ଚମ ବର୍ଷ ଚନ୍ଦନ ଯାତ୍ରାରେ ତରୁଣ ପୋଢ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀ ପୋଢ଼ କର୍ତ୍ତା ଓ ପ୍ରଣବ କୁମାର ଦାସ ପୂଜକ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଶତାଧିକ ମହିଳା ଶ୍ରଦ୍ଧାଳୁ ସହଯୋଗ କରୁଛନ୍ତି । ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମରେ ଅନୁଷ୍ଠିତ ଚନ୍ଦନ ଯାତ୍ରାରେ ସୁମନ ନାଏକ ଓ ତାଙ୍କ ଧର୍ମପତ୍ନୀ ସଜମନି ନାଏକ କର୍ତ୍ତା, ଘାସିରାମ ପାଣିଗ୍ରାହୀ ପୂଜକ ଦାୟିତ୍ଵରେ ଥିବା ବେଳେ ଆୟୋଜକ କମିଟିର ବଳବନ୍ତ ଭୋଇ, ଦେବାର୍ଚ୍ଚନ ନାଏକ, ଦୁର୍ବାସା ସାହୁ, ଲୋକନାଥ ବଘାର, ଅଭି ଖର୍ସେଲ, ଗିରିଧାରୀ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି ବାହାଡୁକି ଗ୍ରାମରେ ଅନୁଷ୍ଠିତ ଚନ୍ଦନ ଯାତ୍ରାରେ ଚୁଡ଼ାମଣି ନାଏକ ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ନାଏକ କର୍ତ୍ତା, ଜୟପ୍ରକାଶ ଦାସ ପୂଜକ ଓ ପୁରାଣ ଗାୟକ ରୂପେ ଗୌର ମିଶ୍ର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଗ୍ରାମବାସୀ ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି ବ୍ଳକ ଅଞ୍ଚଳର ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ଚନ୍ଦନ ଯାତ୍ରା ମହୋତ୍ସବ ରବିବାରଠାରୁ ଆରମ୍ଭ ହୋଇଯାଇଥିବା ବେଳେ ବ୍ଲକ ଅଞ୍ଚଳରେ ସମ୍ପୁର୍ଣ୍ଣ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.