
ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ସାଧାରଣଜ୍ଞାନ ପ୍ରତିଯୋଗିତା ଆଜି ସ୍ଥାନୀୟ ଦିଲ୍ଲୀ ପବ୍ଲିକ ସ୍କୁଲରେ ଆୟୋଜିତ ହୋଇଯାଇଛି । ସହରର ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ସାଧାରଣଜ୍ଞାନ ପ୍ରତିଯୋଗିତାରେ ଭାଗ ନେଇ ନିଜର ବୌଦ୍ଧିକ ପ୍ରତିଭାର ପରିଚୟ ଦେଇଥିଲେ । ଇସ୍ପାତ କାରଖାନାର ଅବସରପ୍ରାପ୍ତ ଡିଜିଏମ ଚନ୍ଦ୍ରଶେଖର ଶତପଥୀ ଓ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଉମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ମୌସୁମୀ ନନ୍ଦ ଓ ଫାଉଣ୍ଡେସନର ଆବାହକ ନଳିନୀ କାନ୍ତ ଧରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହରର ଜଣାଶୁଣା ସ୍ୱନାମଧନ୍ୟ ଉଦ୍ଘୋଷିକା ସ୍ୱର୍ଗତା ମିନାକ୍ଷୀ ଧରଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆସନ୍ତା ମଇ ମାସ ୨୧ ତାରିଖରେ ହେବାକୁ ଥିବା ଏକ ସାରସ୍ୱତ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । କାର୍ଯ୍ୟକ୍ରମ ପରିଚାଳନାରେ ସହରର ବୁଦ୍ଧିଜୀବୀ ଅଶୋକ କୁମାର ପଟ୍ଟନାୟକ, କୁଞ୍ଜ ବିହାରୀ ରାଉତ, ସୁମନ୍ତ ଉପାଧ୍ୟାୟ, ତ୍ରିଲୋଚନ ମହାରଣା, ବିବେକାନନ୍ଦ ଦାସ, ପ୍ରିୟଙ୍କା ପାଣି, ସୂର୍ଯ୍ୟ ନାରାୟଣ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ବେହେରା, ସୁନୀଲ ପଟ୍ଟନାୟକ, କୀର୍ତ୍ତି ନାରାୟଣ ସିଂଦେଓ, ସୁନୀଲ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।