pakka

ଗୁରୁପଦ୍ମ ସମ୍ମାନରେ ସାମ୍ମାନିତ ହେଲେ ଡ଼. ଗୌରୀ ଶଙ୍କର ଶତପଥୀ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଭଗତ ସିଂ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀଙ୍କୁ ଗୁରୁପଦ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଞ୍ଚରେ କଲ୍‌ଚରାଲ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ ତରଫରୁ ଗ୍ଲୋବାଲ କ୍ଳାସିକ ମେଗା ଡାନ୍ସ ଫେଷ୍ଟିଭାଲ ସମାରୋହ ‘ଉର୍ବଶୀ’ରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ସମାରୋହରେ ଫେଷ୍ଟିଭାଲ ନିର୍ଦ୍ଦେଶକ ଡ଼. ଉପେନ୍ଦ୍ର ଶର୍ମା ଓ ନାଟ୍ୟକାର ମନୋଜ ପଣ୍ଡା ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

two × 3 =