ଡେଲିମାର୍କେଟରେ ସ୍କୁଟି ଚୋରକୁ ଧରିଲେ ଲୋକେ : ଉତ୍ତମ ମଧ୍ୟମ ଦେଇ ଥାନାର ଜିମା ଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଡେଲିମାର୍କେଟରେ ସ୍କୁଟି ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇ ଥାନାର ଜିମା ଦେଇଛନ୍ତି ଲୋକେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ସହରର ମାଲପଡାର ଉମାକାନ୍ତ ବିଶି କୌଣସି ଏକ କାମରେ ଯାଇ ନିଜ ସ୍କୁଟି ସ୍ଥାନୀୟ ରାଧାରାଣୀପଡାଠାରେ ରଖି ଦେଇଥିବା ବେଳେ ଏହାର ସୁଯୋଗ ନେଇ ଏକ ଚୋର ସ୍କୁଟିକୁ ଚୋରି କରିନେଇଥିଲା । ପରେ ଉମାକାନ୍ତ ଖବର ପାଇ ନିଜ ସ୍କୁଟି (ଓଡି୦୩ଟି୬୦୧୭)କୁ ଖୋଜିବାରେ ଲାଗିଥିବା ବେଳେ ଡେଲିମାର୍କେଟ ଠାରେ ସ୍କୁଟି ଓ ସ୍କୁଟିକୁ ବୋହି ନେଇଥିବା ଚୋରକୁ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକ ମାନଙ୍କ ସାହାଯ୍ୟରେ ସ୍କୁଟିକୁ ଚୋର ନିକଟରୁ ଉଦ୍ଧାର କରି ଚୋରଟିକୁ ଉତ୍ତମ ମଧ୍ୟମ ଦେଇ ଟାଉନ ଥାନା ପୋଲିସର ଜିମାରେ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

six − six =