ବିଜେଡିରେ ସାମିଲ ହେଲେ ବଙ୍ଗୋମୁଣ୍ଡାର ବିଜେପି ନେତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେଡିର କାର୍ଯ୍ୟ ଧାରାରେ ବିଶ୍ୱାସ ରଖି ଅନ୍ୟ ଦଳର ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହେଉଥିବା ବେଳେ ବଙ୍ଗୋମୁଣ୍ଡାର ବିଜେପି ନେତା ବିନୋଦ ହୋଟେଲ ମାଲିକ ବିନୋଦ ପୁଟେଲ ଭାରତୀୟ ଜନତା ପାର୍ଟି ଛାଡି କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ହାତ ଧରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଅଜୟ ଦାସଙ୍କ ସେବାମୂଳକ କାର୍ଯ୍ୟଶୈଳୀରେ ଆକର୍ଷିତ ହୋଇ ସେ ବିଜେଡିରେ ଯୋଗଦାନ କରିଥିବା ପ୍ରକାଶ କରିଛନ୍ତି । ଏହା ସହିତ ବଙ୍ଗୋମୁଣ୍ଡା ବ୍ଲକର ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ଜଗଦୀଶ ସୁନାଙ୍କ ଉପସ୍ଥିତିରେ କାଳୁ ଥନାପତି ମଧ୍ୟ ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

1 + 20 =