ବିଶ୍ୱ ମହିଳା ଦିବସର ଉଦ୍‌ଯାପନୀ ଉତ୍ସବରେ ଆସିକା ଏନ୍‌ଏସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ସପ୍ତାହବ୍ୟାପି ବିଶ୍ୱ ମହିଳା ଦିବସ ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱ ମହିଳା ଦିବସର ଉଦ୍‌ଯାପନୀ ଭବ୍ୟ ସମାରୋହରେ ମହିଳା ନେତ୍ରୀ ତଥା ଆସିକା ଏନ୍‌ଏସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ସମ୍ମାନିତ ହୋଇଛନ୍ତି ।

ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣି ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ମହିଳା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ବହୁ ଗଣ୍ୟମାନ୍ୟ, ବ୍ୟକ୍ତି ବିଶେଷଙ୍କୁ ମହିଳା ନେତ୍ରୀ, ମହିଳା ସଂଗଠିକା, ମହିଳା ଉଦ୍ୟକ୍ତା, ମହିଳା ସମାଜସେବୀଙ୍କ ଆଦର୍ଶତାକୁ ପ୍ରତିପାଦନ କରି ବହୁ ମହିଳାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ଆସିକା ଏନ୍‌ଏସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀଙ୍କୁ ତାଙ୍କ ଆଦର୍ଶକୁ ପ୍ରତିପାଦନ କରାଯାଇ ସଭା ମଞ୍ଚରେ ସମ୍ମାନିତ କରାଯାଇଛି । ଶ୍ରୀମତୀ ବିଷୋୟୀ ପ୍ରଥମେ ଜଣେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ରହି ୱାର୍ଡର ମହିଳାମାନଙ୍କର ଜଣେ ସଙ୍ଗଠିକା ଭାବରେ ସମାଜର ସେବା କରି ଆସୁଛନ୍ତି । ଗତ ପୌର ନିର୍ବାଚନରେ ଆସିକା ଏନ୍‌ଏସିରୁ ପ୍ରଥମେ କାଉନସିଲର ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ତାଙ୍କର ବଳିଷ୍ଠ ନେତୃତ୍ୱରେ ସେ ଉପାଧ୍ୟକ୍ଷା ଭାବେ ମନୋନୀତ ହୋଇଥିଲେ । ଆସିକା ଏନ୍‌ଏସିରେ ଭାଇସ- ଚେୟାରମ୍ୟାନ ଭାବେ ଦାୟିତ୍ୱ ନେବା ପର ଠାରୁ ସେ ସମାଜ ସେବାରେ ନିଷ୍ଠାପର ଭାବେ କାର୍ଯ୍ୟ କରି ବେଶ ଦକ୍ଷତା ପ୍ରତିପାଦନ କରି ଆସିବା ପରିପ୍ରେକ୍ଷୀରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି ।

ଶ୍ରୀମତୀ ବିଷୋୟୀ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ, ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ତ୍ରିବେଣୀ ନାହକ, ଶିବ ନାହକ, ଜିଲ୍ଲା ପରିଷଦ ସଦସ୍ୟ ମନୋଜ ଦୋରା, ଜିଲ୍ଲା ପରିଷଦ ସଭ୍ୟା, ବ୍ଲକ ଉପାଧ୍ୟକ୍ଷା ଏସ. ରେଶମା ଦୋରା, ସରପଞ୍ଚ ଜୟନ୍ତୀ ବେହେରା, ସରପଞ୍ଚ ଜୟନ୍ତୀ ସେଠି, ମହିଳା ନଗର ସଭାପତି ରଶ୍ମିତା ସେନାପତି, କାଉନସିଲର ପ୍ରଦୀପ ଗୌଡ଼ ପ୍ରମୁଖ ବହୁ ନେତୃବର୍ଗଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

19 + 3 =