ରୋୟାଲ ଗ୍ରୀନ ସୋସାଇଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ଭାଇଚାରର ପର୍ବ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିଟଲାଗଡ ରୋଡ ନିକଟସ୍ଥ ପେଲେସ ଲାଇନରେ ଥିବା ରୋୟାଲ ଗ୍ରୀନ ସୋସାଇଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ଭାଇଚାରର ପର୍ବ ହୋଲି ବା ରଙ୍ଗର ପର୍ବ ହୋଲି । ପରସ୍ପର ମଧ୍ୟରେ ରଙ୍ଗ ବୋଳାବୋଳି ହୋଇ ପାଳିତ ହୋଇଛି ହୋଲି । ଏହି ଅବସରରେ ଅବିର ଓ ରଙ୍ଗର ତାଳେ ତାଳେ ସଭିଁଙ୍କ ମନରେ ଭରିଥିଲା ଉତ୍ସାହ । ଗୀତ ନାଚର ଆସର ବି ଜମିଥିଲା । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୋଇଥିଲେ । ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ମନୋଜ ଜୈନ, ବିଜୟ ଗୋଏଲ, ଆଶିଷ ଅଗ୍ରୱାଲ, ଅରୁଣ ମିଶ୍ର, କୈଳାସ ଅଗ୍ରୱାଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୋସାଇଟିରେ ବସବାସ କରୁଥିବା ମହିଳା, ଯୁବକ, ଯୁବତୀ ଓ ଛୋଟ ଛୋଟ ଛୁଆମାନେ ସମସ୍ତେ ମିଳିତ ଭାବେ ରଙ୍ଗ ଖେଳିଥିଲେ ।

Leave A Reply

Your email address will not be published.

17 − 8 =