ରାଜବୋଡାସମ୍ବର କୃଷକ ସଙ୍ଗଠନର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମତ ପ୍ରକାଶ ପାଇଛି ଯେ, ୨୦୨୦ – ୨୧ ମହା ମରୁଡ଼ି ପ୍ରଭାବରେ ପ୍ରଭାବିତ ପଦ୍ମପୁର ଅଞ୍ଚଳର ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଫସଲ ନଷ୍ଟ ପରେ କିଛି ଚାଷୀ ଅଞ୍ଚଳ ଛାଡି ଦାଦନ ଶ୍ରମିକ ପଲଟିଥିବା ବେଳେ କିଛି ଚାଷୀ ଚାଷ କାର୍ଯ୍ୟ ଛାଡି ଦେଇଛନ୍ତି । କମ୍‌ ବର୍ଷା ଅନୁପାତକୁ ଦେଖି କ୍ଷତିପୂରଣ ଆଶାରେ ଚାଷୀମାନେ ଧାର ଉଧାର କରି ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ ।ମରୁଡ଼ିର ପଦଧ୍ୱନିକୁ ଦେଖି ରାଜବୋଡାସମ୍ବର କୃଷକ ସଙ୍ଗଠନ ଧାରଣା, ଦାବୀପତ୍ର, ବିକ୍ଷୋଭ, ରାସ୍ତା ରୋକ ଏବଂ ରେଲ ରୋକ ମଧ୍ୟ କରିଥିଲା । ଆନ୍ଦୋଳନ ସମୟରେ ବିଭାଗୀୟ ଅଧିକାରୀ କ୍ଷତି ପୂରଣ ସାହାଯ୍ୟ ତୁରନ୍ତ ପ୍ରଦାନ କରାଯିବ ବୋଲି ଲିଖିତ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ପ୍ରତିଶୃତି ଗୁଡିକ ପାଲଟିଲା ପାଣିର ଗାର ।ସଂଗଠନ ପକ୍ଷରୁ ୧ ନଭେମ୍ବର ଦିନ ବିରାଟ ଅଧିକାର ସମାବେଶ କରି ସେହିଦିନ ଠାରୁ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଇତି ମଧ୍ୟରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ମଧ୍ୟ ହୋଇଯାଇଛି । ଉପନିର୍ବାଚନ ସମୟରେ ସରକାରୀ, ବିରୋଧୀ ଦଳ ମାନଙ୍କର ମାଳ ମାଳ ପ୍ରତିଶୃତି ତାହା ମଧ୍ୟ ପତିଶ୍ରୁତି ଦେଇଥିବା ନେତା ସମ୍ପୂର୍ଣ୍ଣ କରିପାରି ନାହାନ୍ତି । ଆଜି ସୁଦ୍ଧା ଫସଲ ବୀମା କରିଥିବା ଯୋଗ୍ୟ ଚାଷୀ ମାନଙ୍କର ଦସ୍ତାବେଜ ଗ୍ରହଣ ଯୋଗ୍ୟ ହୋଇ ପାରିନାହିଁ । ସମସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ଟଙ୍କା ମିଳିପାରି ନାହିଁ । ଏଣୁ ଏହି ପ୍ରସଙ୍ଗକୁ ଆଖି ଆଗରେ ରଖି ସଙ୍ଗଠନ ପକ୍ଷରୁ ଜରୁରୀ ବୈଠକ ପଦ୍ମପୁର ସ୍ଥିତ ଗୋରୁ ବଜାରଠାରେ ସଭାପତି ବାଞ୍ଛାନିଧି ନାୟକଙ୍କ ନେତୃତ୍ୱରେ ବୈଠକ ବସିଥିଲା । ସଙ୍ଗଠନର ନିଷ୍ପତ୍ତି କ୍ରମେ ଯେଉଁମାନଙ୍କର ପୋଲିସି ଗ୍ରହଣୀୟ ହୋଇ ନାହିଁ ବ୍ୟକ୍ତିଗତ ଭାବେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାନ୍ତୁ । କମ୍‌ ପାଇଥିବା ପଞ୍ଚାୟତ ମାନଙ୍କର ତଥ୍ୟ ଅନୁସାରେ ଖାଉଟି ଅଦାଲତରେ କେସ କରିବା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାର ନୂତନ ଧାନ କିଣା ସଂଶୋଧନ ପ୍ରସ୍ତାବକୁ କୃଷକ ସଙ୍ଗଠନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । କାରଣ ଯେତେ କଟକଣା ହେବ ଚାଷୀ ସେତିକି ଧାନ ବିକ୍ରିରୁ ବଞ୍ଚିତ ହେବେ । ବିନା ବିସ୍ଥାପନରେ ଜଳସେଚନ ପାଇଁ ଅଙ୍ଗନଦୀ ଉପରେ ବେରେଜ ନିର୍ମାଣ ଦାବୀକୁ କିଛିକାଂଶରେ ଆଗକୁ ବଢ଼ାଇ ଥିବାରୁ ପ୍ରଶାସନକୁ ସଭାରେ ଧନ୍ୟବାଦ ଦିଆଯାଇଥିଲା । ସଂଗଠନ ବରିଷ୍ଠ ଚାଷୀ ରମେଶ ମହାପାତ୍ର, ଅଜିତ ଶତପଥୀ, ରୋହିତ ପଧାନ, ଅରକ୍ଷିତ ପଧାନ, ଦହିତ ସାହୁ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ସୁଶାନ୍ତ ସଥୁଆ, ଲିଙ୍ଗରାଜ ପଧାନ ଆଲୋଚନାରେ ଯୋଗ ଦେଇ ଆନ୍ଦୋଳନକୁ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.

twelve + six =