ସାମ୍ବାଦିକ ଭବନ ପରିଦର୍ଶନ କଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଆଜି ସାମ୍ବାଦିକ ଭବନ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାମ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି । ସଂଘର ସଭାପତି ଶିବପ୍ରସାଦ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୂର୍ବରୁ ପୌରାଧ୍ୟକ୍ଷାଙ୍କୁ ସାକ୍ଷାତ କରି ସମସ୍ୟା ଉପସ୍ଥାପନ କରିଥିଲେ । ପୌରାଧ୍ୟକ୍ଷା ଆଜି ସାମ୍ବାଦିକ ଭବନ ଗସ୍ତ କରି ଦରକାର ଥିବା ବିଭିନ୍ନ କାର୍ଯ୍ୟ ନିହାତି କରାଯିବ ବୋଲି କହିଛନ୍ତି । ପରିଦର୍ଶନ ସମୟରେ ସଂଘର ସଭାପତି ଶ୍ରୀ ପରିଡା, ସଂପାଦକ ଶିଶିରକାନ୍ତ ଶତପଥି ଓ ସଦସ୍ୟମାନେ ଉପସ୍ଥିତ ରହି ସଂଘର ଉନ୍ନୟନମୂଳକ କାମ କ’ଣ ସବୁ ଦରକାର ସେ ନେଇ ବିଷଦ ଭାବରେ ଆଲୋଚନା କରିଥିଲେ । ସାମ୍ବାଦିକ ଭବନ ପଛ ପଟ ଖାଲି ସ୍ଥାନରେ ଏକ ଓପନ ଥିଏଟର ଏବଂ ସାମ୍ବାଦିକ ଭବନ କୋଠାର ଆବଶ୍ୟକୀୟ ମରାମତି କାମ ସବୁ କରାଯିବା ନେଇ ସଦସ୍ୟମାନେ ପୌରାଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହା ସମ୍ଭବ ସବୁ କାମ କରାଯିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କହିଥିଲେ । ଆଲୋଚନା ସମୟରେ ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଗୋପବନ୍ଧୁ ଶତପଥି, ବଳରାମ ମିଶ୍ର, ବିଭୂକଲ୍ୟାଣ ଗଡତ୍ୟା, ଚନ୍ଦ୍ରଭାନୁ ମୌଲାନା, ଗୋପାଳ ପ୍ରଧାନ, ଦୀପକ ପୁରୋହିତ, ସୁନିଲ ମହାନ୍ତି, ପ୍ରଦୀପ୍ତ କୁମାର ମିଶ୍ର, ଶରତଚନ୍ଦ୍ର ମିଶ୍ର, ବିଶ୍ୱଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 1 =