ନବ ନିର୍ବାଚିତ ସରପଂଚଙ୍କ ଦାୟିତ୍ୱ ଗ୍ରହଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଂଚାୟତର ଉପନିର୍ବାଚନୀରେ ବିଜୟୀ ସରପଂଚ ଲୋକନାଥ ଥପା ବୁଧବାର ଦିନ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ଉପତ୍ସବରେ ପଂଚାୟତର ସମସ୍ତ ୧୧ ଗୋଟି ୱାର୍ଡର ସଭ୍ୟସଭ୍ୟା, ପୂର୍ବତନ ସରପଂଚ ହରିସିଂ ପୋଢ, ଗ୍ରାମର ଭଦ୍ରବ୍ୟକ୍ତି ସହ ପଂଚାୟତ ନିର୍ବାହୀ ଅଧିକାରୀ ବଲ୍ଲଭ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ପଂଚାୟତରେ ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ନିର୍ବାହୀ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପରିଚାଳନା କରିଥିଲେ । ପଂଚାୟତର ବହୁମୁଖୀ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ନବ ନିର୍ବାଚିତ ସରପଂଚ ଶ୍ରୀ ଥପା କହିଥିଲେ ।

Leave A Reply

Your email address will not be published.

2 × two =