jayashree

ନୂଆଦିଲ୍ଲୀରେ ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ବନ୍ୟା ପରିଚାଳନା ଓ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା କରିବେ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ

  • ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ ‘ସମ୍ପୂର୍ଣ୍ଣ ସରକାରୀ’ ଆଭିମୁଖ୍ୟ ଗ୍ରହଣ କରିଛନ୍ତି
  • କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଶ ଭିତରେ ବିପର୍ଯ୍ୟୟ ପରିଚାଳନା ଢାଞ୍ଚାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି
  • ବୈଠକ ସମୟରେ, କେନ୍ଦ୍ର ସରକାରୀ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ବଳ ନିୟୋଜନ ଏବଂ ଆନ୍ତଃ-ଏଜେନ୍ସି ସମନ୍ୱୟର ମୂଲ୍ୟାଙ୍କନ କରାଯିବ
  • ଦୀର୍ଘମିଆଦୀ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତି ସମୀକ୍ଷା କରାଯିବ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ୧୦ ମେ’ ରବିବାରଦିନ ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଏବଂ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବିପର୍ଯ୍ୟୟ ପରିଚାଳନା ପ୍ରତି ସକ୍ରିୟ ଏବଂ ନିର୍ଣ୍ଣାୟକ ‘ସମ୍ପୂର୍ଣ୍ଣ ସରକାର’ ଏବଂ ‘ସମ୍ପୂର୍ଣ୍ଣ ସମାଜ’ ଆଭିମୁଖ୍ୟ ରଖୁଥିବାରୁ ଏହି ବୈଠକର ବିଶେଷ ଗୁରୁତ୍ୱ ରହିଛି।
କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଗତ କିଛି ବର୍ଷରେ ଦେଶର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି। ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟକୁ ପ୍ରୋତ୍ସାହିତ କରିବା, ଏନଡିଆର୍ଏଫ (ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ)କୁ ସୁଦୃଢ଼ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟ ହାସଲ ଉପରେ ସ୍ଥିର ଧ୍ୟାନ ବଜାୟ ରଖିବା ଅନ୍ତର୍ଭୁକ୍ତ।
ଏହି ଉଚ୍ଚସ୍ତରୀୟ ସମୀକ୍ଷା ସକ୍ରିୟ ଶାସନ, ନାଗରିକ-କେନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ଏବଂ ଏକ ବିପର୍ଯ୍ୟୟ-ପ୍ରତିରୋଧୀ ଭାରତ ଗଠନ ପ୍ରତି ମୋଦୀ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହି ସମୀକ୍ଷା ବୈଠକ ସମୟରେ, ସ୍ୱରାଷ୍ଟ୍ର ମନ୍ତ୍ରୀ କେନ୍ଦ୍ର ସରକାରୀ ସଂସ୍ଥାଗୁଡ଼ିକର ପ୍ରସ୍ତୁତିର ମୂଲ୍ୟାଙ୍କନ କରିବେ ତଥା ପ୍ରାକ୍ ଚେତାବନୀ ବ୍ୟବସ୍ଥା, ସମ୍ବଳ ନିୟୋଜନ ଏବଂ ଆନ୍ତଃ-ଏଜେନ୍ସି ସମନ୍ୱୟର ସମୀକ୍ଷା କରିବେ, ଯେପରିକି ଶୂନ ଜୀବନହାନୀ ଓ ସର୍ବନିମ୍ନ ଧନହାନୀକୁ ସୁନିଶ୍ଚିତ କରାଯାଇପାରିବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ବନ୍ୟାର ପ୍ରଭାବକୁ ହ୍ରାସ କରିବା ପାଇଁ ସାରା ଦେଶରେ ଗ୍ରହଣ କରାଯାଉଥିବା ଦୀର୍ଘକାଳୀନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ମଧ୍ୟ କରିବେ। ଏହି ପଦକ୍ଷେପଗୁଡ଼ିକରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ ଏବଂ ପାଣିପାଗ ପୂର୍ବାନୁମାନରେ ବୈଜ୍ଞାନିକ ଉନ୍ନତି ଇତ୍ୟାଦି। ଏହା ସହିତ ଗତବର୍ଷର ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡିକ କେତେଦୂର କାର୍ଯ୍ୟକାରୀ ହୋଇଛି, ତାହାର ସମୀକ୍ଷା କରିବେ। ସେ ସମ୍ପୃକ୍ତ ବିଭାଗମାନଙ୍କର ଦାୟିତ୍ୱବୋଧ ନିଶ୍ଚିତ କରିବା ସହ ପରସ୍ପର ସମନ୍ୱୟରେ କାମଗୁଡିକୁ ଶୀଘ୍ର ଆଗକୁ ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦେବେ।

ଏହି ଉଚ୍ଚସ୍ତରୀୟ ବୈଠକର ପ୍ରମୁଖ କ୍ଷେତ୍ର ହେଉଛି :
• ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ବାସ୍ତବ-ସମୟ ତଥ୍ୟ ସମନ୍ୱୟ ମାଧ୍ୟମରେ ବନ୍ୟା ପୂର୍ବାନୁମାନ ଏବଂ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥାକୁ ସୁଦୃଢ଼ କରିବା ।
• ଏକାସମୟରେ ଆସୁଥିବା ବିପର୍ଯ୍ୟୟ, ବିଶେଷକରି ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ଭଳି ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତିକୁ ବୃଦ୍ଧି କରିବା ।
• ଧନଜୀବନ ହାନୀକୁ ରୋକିବା ପାଇଁ ସାମୁଦାୟିକ ସଚେତନତା ଏବଂ ସହନଶୀଳ-ନିର୍ମାଣ କାର୍ଯ୍ୟକ୍ରମ ପରିଚାଳନା କରିବା ।
• ଅତ୍ୟାବଶ୍ୟକୀୟ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଭଣ୍ଡାର ସୁନିଶ୍ଚିତ କରିବା ଏବଂ ଡାକ୍ତରୀ ପ୍ରସ୍ତୁତି ବଜାୟ ରଖିବା ।

Leave A Reply

Your email address will not be published.