csstore

ହାସ୍ୟ କବି ସମ୍ମିଳନୀ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ହୋଲି ପର୍ବ ପାଇଁ ବଲାଙ୍ଗିର ମାରୱାଡି ସମ୍ମିଳନ ଓ ମାରୱାଡି ଯୁବା ମଂଚ ତରଫରୁ ୨୩ ମାର୍ଚ୍ଚରେ ନଟରାଜ ପେଲେସରେ ହାସ୍ୟ କବି ସମ୍ମିଳନୀ ହେବାକୁଯାଉଛି । ଏହି କବି ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ କବି, କବିୟତ୍ରୀ ଯୋଗଦେଇ ହାସ୍ୟ କବି ସମ୍ମିଳନୀକୁ ଉର୍କତ୍ସିତ କରିବେ । ଇନ୍ଦୋରର ଜାନି ବୈରାଗି, ଦିଲ୍ଲୀର ସର୍‌ଦାର୍‌ ମନଜିତ ସିଂହ, ମଧ୍ୟପ୍ରଦେଶ ନିମଚ୍ଚର ଡା. ପ୍ରେରଣା ଠାକରେ, ଇନ୍ଦୋରର ଅତୁଲ ଜ୍ୱାଲା, ଛତିଶଗଡର ରାୟପୁର ଅଜୟ ଅଟ୍ଟପଟୁ, ରାଜସ୍ଥାନ କୋଟାର ଅର୍ଜୁନ ଅହ୍ଲଡ ଆଦି କବି ଓ କବିୟତ୍ରୀ ଯୋଗ ଦେବାର ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ ଆରମ୍ଭ ହେବାକୁଯାଉଛି । କାର୍ଯ୍ୟକ୍ରମକୁ ମାରୱାଡି ସମ୍ମିଳନୀର ସଭାପତି ଇଂ. ମନୋଜ ଜୈନ, ମାରୱାଡି ଯୁବା ମଂଚର ସଭାପତି ରିତେଶ ଅଗ୍ରୱାଲା, ଉପସଭାପତି ସଂଜୟ ଅଗ୍ରୱାଲା, ବିକାଶ ବଂଶଲ, ରବି କୁମାର ଅଗ୍ରୱାଲା, ନିଲେଶ କୁମାର ଅଗ୍ରୱାଲା, ନରେଶ କୁମାର ଅଗ୍ରୱାଲ, ଆଶିଷ ଚୌଧୁରି, ଅମିତ ଚୌଧୁରି, ଶୈଳେସ ଜୈନ ପ୍ରମୁଖ ପରିଚାଳନା କରୁଛନ୍ତି ।

jayashree
Leave A Reply

Your email address will not be published.