pakka

ରକ୍ତଦାନ ଓ ଅନ୍ନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜସେବୀ ଓ ଶ୍ରମିକ ସଂଗଠକ ସ୍ୱର୍ଗତ ଅରୁଣ କୁମାର ସାହୁଙ୍କ ଜନ୍ମଦିନ ସ୍ମୃତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଥିବା ବ୍ଲଡ୍‌ ସଂଗ୍ରହଠାରେ ରକ୍ତଦାନ ଓ ତାର ସମ୍ମୁଖରେ ଅନ୍ନଦାନ କାର୍ଯ୍ୟକ୍ରମ ଅରୁଣ କୁମାର ସାହୁ ସ୍ମୃତି କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ମିଶ୍ର, ତପସ୍ମିନୀ ପଟେଲ, ଜିତେନ୍ଦ୍ର ରାଉତ, ଭୀମସେନ ମେହେର, ଯଜ୍ଞଶ୍ୱର ସାହୁ , ବିରେନ୍ଦ୍ର ପୋଡ ପ୍ରମୁଖ ରକ୍ତଦାନ କରିଥିଲେ । ସନ୍ଧ୍ୟାରେ ସହଯୋଗ ଫାଉଣ୍ଡେସନ୍‌ର ସହଯୋଗରେ ଅନ୍ନଦାନ କାର୍ଯ୍ୟକ୍ରମରେ ରୁଟି, ତରକାରି ଓ ଆଚାର ରୋଗୀ ଏବଂ ପରିଜନମାନଙ୍କୁ ରୋଗୀ ଏବଂ ତାଙ୍କ ସମ୍ପର୍କିୟମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ଅବସରରେ ରେଡ୍‌କ୍ରସ୍‌ କର୍ମୀ ରବିଚନ୍ଦ୍ର ପଶାୟତ, ପ୍ରଭାକର ଛନ୍ଦଙ୍କୁ ସ୍ମୃତି କମିଟି ତରଫରୁ ରକ୍ତଦାତା ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନିଲ ମୋଦି, ବିଶ୍ୱଜିତ ନନ୍ଦ, ମଧୁସ୍ମିତା ଖୁଣ୍ଟିଆ, ଅଶୋକ ସାହୁ, ସଙ୍ଗମିତ୍ରା ସାହୁ, ଜୟପ୍ରକାଶ ସାହୁ, ରୁପେଶ ସାମଲ ସହଯୋଗ କରିଥିଲେ । ସମାଜସେବୀ ଶିକ୍ଷକ ରାମନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସ୍ୱର୍ଗତ ଅରୁଣ କୁମାର ସାହୁଙ୍କର ବଡ ଭାଇ ଅକୁର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fourteen − twelve =