csstore

କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ ଲିକା ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଲୋକ ସଂଗୀତରେ ସୁଶ୍ରୀତା ଗରୁଡ, ଲୋକ ନାଟକରେ ସାଗର କୁମ୍ଭାର ମେଧାବୃତ୍ତି ପାଇବା ପାଇଁ ମନୋନୀତ ହୋଇଥିବା ତଥା ସଂସ୍କୃତି ଗବେଷକ ନିଳାଚଳ ନନ୍ଦଙ୍କୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମ୍ବର୍ଦ୍ଧିତ କରିଛନ୍ତି । ସ୍ଥାନୀୟ ଗେଟ ସରୋବରପଡା ସ୍ଥିତ ବି.ଆର. ଆମ୍ବେଦକ କ୍ଲବ ପରିସରରେ କୁନା ବାଗଙ୍କ ସଭାପତିତ୍ୱ ଓ କାଉନସିଲର କିଶୋର କୁମ୍ଭାରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ନବୀନ କୁଅଁର, ସମ୍ମାନିତ ଅତିଥି ଭାବେ କାଉନସିଲର ତଥା ଶ୍ରମିକ ନେତା ଶମ୍ଭୁ ନାଗ ଯୋଗ ଦେଇଥିଲେ ଓ ସମାଜସେବୀ ବିଜୟ ବାରିକ ଯୋଗ ଦେଇଥିଲେ । ଆମ ଅଂଚଳର କଳାକାରମାନେ ଜାତୀୟ ସ୍ତରରେ ସ୍ୱୀକୃତି ପାଇବା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । କଳାକାରମାନଙ୍କୁ ପୂର୍ଣ୍ଣ ପ୍ରାଣରେ ପ୍ରୋତ୍ସାହିତ କରାଯିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ । ବର୍ତ୍ତମାନ ଆମେ ଗବେଷଣା କାର୍ଯ୍ୟରେ ଲିପ୍ତ ରହିଛୁ ତେବେ ସବୁକିଛିକୁ ସାଇତି ରଖିବାକୁ ଆମ ପାଇଁ ଏକ ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଶ୍ରୀ କୁଅଁର କହିଛି । କେବଳ କଳା ସଂସ୍କୃତି ନୁହେଁ ଶିକ୍ଷା କ୍ଷେତ୍ରରେ ମଧ୍ୟ ଦଳିତ ସମାଜ କାମ କରୁଛି । ଯେ, କୌଣସି ବର୍ଗର ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେଲେ ଆମେ ସାହାଯ୍ୟର ହାତ ବଢାଇ ଆସୁଛୁ ବୋଲି ଶ୍ରୀ ନାଗ କହିଥିଲେ । ଏହି କାର୍ଯ୍ୟକ୍ରମରେ ବାସୁଦେବ ମୁଗ୍ରୀ, ଅର୍ଜୁନ ମୁଗ୍ରୀ, ତରଣୀସେନ ଦୀପ, ବିପିନ ବାରିକ, ଅଶୋକ ଦୀପ, ରାଜେଶ ପାଣିଗ୍ରାହୀ, ଜ୍ୟୋତିଷ ମୁଗ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.