csstore

ନିଷାନ୍ ସମ୍ବର୍ଦ୍ଧନା ଉତ୍ସବ-୨୦୨୦ ଅନୁଷ୍ଠିତ

ତୁଷୁରା, (ଅଜିତ କୁମାର ସାହୁ) : ନିଷାନ ତରଫରୁ ଆୟୋଜିତ ନୁଆଁଖାଇ କବିତା ପ୍ରତିଯୋଗିତା-୨୦୨୦ର କୃତୀ ପ୍ରତିଯୋଗୀମାନଙ୍କୁ ନେଇ ଆଜି ତୁଷୁରାସ୍ଥିତ କେଡିଆ ଭବନ ମିଟିଂ ହଲରେ କୋଭିଡ୍ ନିୟମ ପାଳନ କରି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ନିଷାନ ସଭାପତି ଶ୍ରୀ ରମେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶିଳ୍ପପତି ଦୀନଦୟାଲ କେଡିଆ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର, ଉପଢୌକନ ଓ ମୋମେଣ୍ଟୋ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ କେଡିଆ ଆଗାମୀ ଦିନରେ ଏକ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ କରିବାକୁ ପ୍ରସ୍ତାବ ଦେବା ସହ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମାରଓ୍ବାଡି ଯୁବା ମଞ୍ଚର ସଭାପତି ତଥା ସାମ୍ବାଦିକ ସଂଘର ସଭାପତି ମନୋଜ ଜୈନ ନିଷାନ ଫେସବୁକ୍ ଲାଇଭ୍ କାର୍ୟ୍ୟକ୍ରମକୁ ଭୁରିଭୁରି ପ୍ରଶଂସା କରିଥିଲେ। ସଂପାଦକ ହେମନ୍ତ ଦାଶ କାର୍ୟ୍ୟକ୍ରମର ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ଦେବେନ୍ଦ୍ର ଭୋଇ ପରିଚୟ ପ୍ରଦାନ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ୩୭ ଜଣ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଯାମିନି ଦାଶ, ଦ୍ବିତୀୟ ଦିଲୀପ କୁମାର ମିଶ୍ର, ତୃତୀୟ ଦେବଦତ୍ତ ପଣ୍ଡା, ଚତୁର୍ଥ ଉମେଶ ସୁନା ଓ ପଞ୍ଚମ ମନୋଜ ପଟେଲଙ୍କୁ ନିଷାନ୍ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କଣ୍ଠଶିଳ୍ପୀ ବିଶ୍ବଜିତ ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ହରିଶଙ୍କର ବାଗ, କୁମରମଣି ସାହୁ, ଗୋବିନ୍ଦ ବଢିଆ, ଅଦ୍ବୈତ ଦାଶ ପ୍ରମୁଖ ସହଯୋଗ କରିଥିଲେ।

jayashree
Leave A Reply

Your email address will not be published.