pakka

ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

bbehera

ଡୁଙ୍ଗୁରିିପାଲି, (କେପିଏନ୍‌ଏସ୍‌) : ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ପ୍ରଧାନଶିକ୍ଷକ ବସନ୍ତ କୁମାର ହୋତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମୋରହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ଅତିଥି ବୃନ୍ଦ ମତପ୍ରକାଶ କରିଛନ୍ତି ଯେ, ଜଣେ ଶିକ୍ଷକ ନିଜ ଜୀବନରେ ଅଗଣିତ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ଗଠନ କରିଥାଏ । ଶ୍ରୀ ହୋତା ଜଣେ ସଫଳ ପ୍ରଧାନଶିକ୍ଷକ ଭାବରେ ଦୀର୍ଘ ୩୭ ବର୍ଷର ଚାକିରି ସମୟରେ ଶିକ୍ଷକ- ଛାତ୍ରଛାତ୍ରୀ-ଅଭିଭାବକ ତଥା ସହକର୍ମୀ ମଧ୍ୟରେ ଶିକ୍ଷାସେତୁ ଟିଏ ଭଳି କାର୍ୟ୍ୟ ସଂପାଦନ କରପାରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଭବ୍ୟ ସଭାରେ ପରିଚାଳନା କମିଟିର ସଭାପତି ଘାସିରାମ ସାହୁ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଶ୍ରୀ ହୋତାଙ୍କୁ ପେନସନ ପେପର, ଉପଢୌକନ ତଥା ଅବସରକାଳୀନ କାଗଜାତପତ୍ର ପ୍ରଦାନ କରି ଶୁଭେଚ୍ଛା ପ୍ରଦାନ କରିଥିଲେ । ମାୟାବର୍ହା ସରପଂଚ ରମେଶ ଚନ୍ଦ୍ର ଭୋଇ, ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଦୁର୍ଗାପ୍ରସାଦ ସାହୁ, ଗଣେଶ ଖମାରୀ, ମୋହନ ଦୀପ, ସଚିଦା ସାହୁ, ତୁଲସୀ ଦାଶ, ଶାନ୍ତାନୁ ପଧାନ, ରାଧାକାନ୍ତ ଯୁଆଡି, ବ୍ରଜବନ୍ଧୁ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ପୂର୍ବତନ ଛାତ୍ର ତଥା ବୌଦ୍ଧ ଜିଲ୍ଲା ଅତିରିକ୍ତ ଶିକ୍ଷାଧରୀ ଘନଶ୍ୟାମ ମେହେର ଶ୍ରୀ ହୋତା ଜଣେ ବଳିଷ୍ଠ ଶିକ୍ଷକ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀହୋତା ନିଜସ୍ୱ ମତବ୍ୟକ୍ତ କରି କହିଥିଲେ ଯେ ଚାକିରୀ ଜୀବନ ସମୟରେ ପରିଚାଳନା କମିଟି, ଅଭିଭାବକ, ସହକର୍ମୀ ତଥା ଅଂଚଳର ଶିକ୍ଷାପ୍ରମୀଙ୍କ ସହଯୋଗରେ ବିଦ୍ୟାଳୟର ଶିକ୍ଷାର୍ଥୀ ତଥା ଶୈକ୍ଷିକ ପରିବେଶରେ ଗୋଷ୍ଠିଭିତ୍ତିକ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରାଇପାରିବାରେ ସକ୍ଷମ ହୋଇଛନ୍ତି ଏବଂ ଶିକ୍ଷନୁଷ୍ଠାନ ସହିତ ଜଡିତ ଥିବା ସମସ୍ତ ବ୍ୟକ୍ତି ବିଶଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶ୍ରୀହୋତାଙ୍କୁ ବିଦ୍ୟଳୟ ତରଫରୁ ମାନପତ୍ର,ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । କାର୍ୟ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମନୋଜ କୁମାର ପୂଜାରୀ ଓ ଇଂରାଜୀ ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ତଥା ସ୍କାଉଟ ମାଷ୍ଟର ଦିନବନ୍ଧୁ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ, ଖେଳଶିକ୍ଷକ ପ୍ରହଲ୍ଲାଦ ଦାଶ, ଜ୍ୟୋତିଷ୍କର ପଣ୍ଡା, ସଂଜୀବ ପୂଜାରୀ, ମୀନକେତନ ଦାଶ, ବିଭୀଷଣ ଖମାରୀ ସହ ଯୋଗ କରିଥଲେ । କାର୍ୟ୍ୟକ୍ରମରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଅଂଶଗ୍ରହଣ କରି ଶ୍ରୀହୋତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।

jay balangir
Leave A Reply

Your email address will not be published.

16 − thirteen =