csstore

କେଶରୀୟା ହିନ୍ଦୁ ବାହିନୀ ଦେଓଗାଁ ବ୍ଲକ ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ବଲାଙ୍ଗିର ଜିଲ୍ଲା ଦେଓଗାଁ ଠାରେ କେଶରୀୟା ହିନ୍ଦୁ ବାହିନୀ ଦେଓଗାଁ ବ୍ଲକ ତରଫରୁ ବ୍ଲକ୍ ସଭାପତି ବଦ୍ରିନାଥ ହୋତାଙ୍କ ସଭାପତିତ୍ୱରେ ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ ଏବଂ ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ନୂତନ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କୁ ସ୍ଵାଗତ କରାଯିବା ସହ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରାଗଲା । ଏହି ସଭାରେ ପାଟଣାଗଡ଼ ବ୍ଲକ୍ ସଭାପତି ସୁବ୍ରତ କୁଅଁର ଏବଂ ବ୍ଲକ୍ ତଥା ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଭାକୁ ସଫଳ ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର କିଛି ନୂତନ ପଦାଧିକାରୀ ଘୋଷଣା କରାଯିବ ସହ ସେମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା ।

jayashree
Leave A Reply

Your email address will not be published.