pr

ଖେଳ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ ଓ ଅବସର ସମ୍ବର୍ଦ୍ଧନା ଅନୁଷ୍ଠିତ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଚ୍ଚସ୍ତରୀୟ ଶାରିରୀକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସମ୍ମିଳନୀ ପଞ୍ଚାୟତ ହାଇସ୍କୁଲ ଶିଷକେଲା ଠାରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ଏବଂ ପ୍ରଧାନ ଶିକ୍ଷକ ମନେଜ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେରେ ଯୋଗଦେଇ ଥିଲେ । ଶିକ୍ଷା ବିଭାଗର ମୁଖ୍ୟ କିରାଣୀ ଅର୍ଜୁନ କୁମାର ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ମନୋଜ ବେହେରା, ଅବସରପ୍ରାପ୍ତ ଖେଳ ଶିକ୍ଷୟତ୍ରୀ ସାଧନା ବହିଦାର(କନ୍ୟାଶ୍ରମ), ଅବସରପ୍ରାପ୍ତ ଖେଳ ଶିକ୍ଷକ ସୁରେନ୍ଦ୍ର ସ୍ୱାଇଁ, ବ୍ଲକ ସଂପାଦିକା ରଞ୍ଜିତା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଲକ ସ୍ତରରେ ଖେଳକୁଦକୁ କିପରି ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ପହଁଞ୍ଚିପାରିବା ଏବଂ ପ୍ରତ୍ୟେକ ବିଦ୍ୟାଳୟରେ କୋଭିଡ ନିୟମ ସହ ଖେଳ ଉପରେ ଧ୍ୟାନ ଦେବା ତାହା ଆଲୋକପାତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଖେଳ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ଶେଷଦେବ ବାରିକ, ବିନୋଦ ବେହେରା, ସୁଦର୍ଶନ ନାୟକ, ପ୍ରସନ୍ନ ବାଗ, ନିରୁପମ୍‌ ଚାନ୍ଦ, ରାଧାମେହନ ନାୟକ, ନରସିଂହ ନାଏଡୁ, ମରୁଣାକର ନାଏକ, ରଞ୍ଜନ ରାଉତ, ରାଜ ବିହାରୀ ବନଛୋର, ଭବାନୀ ଶଙ୍କର ପଟେଲ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେକ୍ଷରେ ବିଦ୍ୟାଳୟର ଶିକ୍ଷକ ଅଭିମନ୍ୟୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.