jsm

ଫ୍ରେଜରପୁର ପ୍ରଧାନ ଶିକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନା ସଭା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ କୋଛଦାଦର ଗ୍ରାମ ପଞ୍ଚାୟତ ଫ୍ରେଜରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ସଭାପତିତ୍ୱରେ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସାହୁଙ୍କ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ବିଦାୟକାଳୀନ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ, ମୁଖ୍ୟ ବକ୍ତା ଏବିଓ ପ୍ରେମାନନ୍ଦ ବାରିକ, ସମ୍ମାନିତ ଅତିଥି ଭାବେ ଏବିଓ ଶିବ ପ୍ରସାଦ ଯୋଶୀ, ମହାଦେବ ବେହେରା, ଡୋଲାମଣି ମାହାର, ରାଧାକୃଷ୍ଣ ସାହା, ଅବସରପ୍ରାପ୍ତ ଶିକ୍ଷକ ଦିବାକର ମେହେର, ଶିକ୍ଷା ପ୍ରେମୀ ଡୋଲାମଣି ଧରୁଆ ମଞ୍ଚାସୀନ ଥିଲେ । ଶ୍ରୀ ସାହୁ ଜଣେ ସୁଦକ୍ଷ ଶିକ୍ଷକ, ତାଲିମ ଦାତା, ସଙ୍ଗଠକ ଭାବେ ବେଶ ପରିଚିତ ଥିବା ବକ୍ତାଗଣ ପ୍ରକାଶ କରିଥିଲେ । ଏହି ଅବସରରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ପରିଶେଷରେ ଶିକ୍ଷକ ଉପେନ୍ଦ୍ର ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମବାସୀଙ୍କ ତରଫରୁ ଗ୍ରାମ ପରିକ୍ରମା କରି ତାଙ୍କ ନିଜ ବାସସ୍ଥାନ ବଇଦପାଲିକୁ ନେଇଛାଡି ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ବେଲାର ସିଂ ବରିହା, ନେତ୍ରାନନ୍ଦ ସାହୁ, ଚୁଡାମଣି ବରିହା, ହରପ୍ରିୟା ପୋଢ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.