ପାଇକମାଲ ହାଇସ୍କୁଲରେ ସାଇନିଂଙ୍ଗ ଷ୍ଟାର୍‌ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇନିଂଙ୍ଗ ଷ୍ଟାର୍‌ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଅତିଥି ଭାବରେ ରାଧେଶ୍ୟମ ମେହେର ଯୋଗଦାନ କରିଥିଲେ । ଗୋଟିଏ ହାତରେ ପୁସ୍ତକ ଧରି ଅନ୍ୟ ହାତରେ ଗୁରୁଙ୍କୁ ଧରି ଅଗ୍ରସର ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସ୍ତରରେ ପାଇକମାଲ ହାଇସ୍କୁଲର ୬ ଜଣ ଛାତ୍ରୀ ତେଜସ୍ମୟୀ ପ୍ରଧାନ, ଶିଖା ପ୍ରଧାନ, ବର୍ଷାରାଣୀ ପ୍ରଧାନ, ସୁପ୍ରିୟା ସାହୁ, ଭାରତୀ ସାହୁ, ନାହିଦ ପ୍ରବିନ୍ ପଅମୁଖ ଚୟନ ହୋଇଥିଲେ । ତାଙ୍କୁ ପୁଷ୍ପଗୁଚ୍ଛ ସହିତ ପ୍ରାଇଜ୍‌ ପ୍ରଦାନ କରି ସମ୍ବର୍ଦ୍ଧନଯାଇଥିଲା । ମୁଖ୍ୟ ବକ୍ତା ରୂପେ ଜ୍ୟୋତିର୍ମୟୀ ପଟ୍ଟନାୟକ, କାର୍ଯ୍ୟକ୍ରମରେ ସୁଦାମ ପାଣ୍ଡେ, ରଜତ କୁମାର ସାହୁ, ମଧୁସ୍ମିତା ମେହେର, ଜଗବନ୍ଧୁ ସ୍ଵାଧୀନ, ନିରୁପମା ସାହୁ ପ୍ରମୁଖ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ତ୍ରିଲୋଚନ ନାୟକ ଏବଂ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.