oom

ସୁଲେଇରେ ନୂତନ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ସୁଲେଇ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଶିକ୍ଷୟିତ୍ରୀ ଅଲ୍ଲୀକା ନାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଚେୟାର ପର୍ସନ ପୁରୋତ୍ତମ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ସିଆର୍‌ସିସି ରେଖାରାମ ବାଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷକତା ହିଁ ସର୍ବଶ୍ରେଷ୍ଠ ବ୍ରତ ଯାହା ମାଧ୍ୟମରେ ଉତ୍ତମ ନାଗରିକ ଗଠନ କରିବା ସମ୍ଭବ ହୁଏ ବୋଲି କହିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକୃତି ମିତ୍ର ଅନୁପ ଗଡ଼ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟର ପରିବେଶ ସୁରକ୍ଷାରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅବଦାନର ମହତ୍ୱ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥିଭାବେ ସହକାରୀ ଶିକ୍ଷକ ନିତାଇ ମଟାରୀ ଯୋଗଦେଇ ନୂତନ ଶିକ୍ଷୟିତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଗ ନୂତନ ଶିକ୍ଷୟିତ୍ରୀଙ୍କୁ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଭା ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର ଆକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.