oum

ବେଲପଡା ପଂଚାୟତ ହାଇସ୍କୁଲର କ୍ରୀଡ଼ା ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡା ପଂଚାୟତ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଶ୍ରୀପତି ଷାଣ୍ଡଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରସାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମକୁନ୍ଦ ମେହେର, ସଦସ୍ୟ ବାଳମକୁନ୍ଦ ମେହେର, ବେଲପଡ଼ା ସରପଞ୍ଚ ଖରତ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ଷାଣ୍ଡ ୦୮.୦୧.୧୯୯୩ରୁ ଚାକିରୀରେ ଯୋଗଦେଇ ୩୦.୦୬.୨୦୨୪ରେ ଅବସର ଗ୍ରହଣ କରିଛନ୍ତି । ଏହି ବିଦ୍ୟାଳୟରେ ଦୀର୍ଘ ୩୧ ବର୍ଷ ଧରି ଚାକିରୀ କରୁଥିଲେ । ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଆଶୁତୋଷ ଦାସ, ସମର କୁମାର ଜେନା, ଗଣେଶ୍ୱର ସ୍ୱାଇଁ, ନକୁଳ ବେହେରା, ପୂର୍ଣ୍ଣିମା ମେହେର, ବନମାଲି ମେହେର, ପିଅନ ସୁବାଷ ଚନ୍ଦ୍ର ପୋଡ଼, ଗୋକୁଳ ଛୁରା, ତୀର୍ଥଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବହୁ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.