csstore

ଓଏଏସ୍ କୃତକାର୍ଯ୍ୟ କେଦାର ସିଂ ବରିହାଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମର କେଦାର ସିଂ ବରିହା ଓପିଏସ୍‌ସି (ଓଏଏସ୍‌)ରେ କୃତକାର୍ଯ୍ୟ ହୋଇଥିବାରୁ ଶ୍ରୀ ସିଂ ବରିହାଙ୍କୁ ସର୍ଗିବାହାଲ ବସଷ୍ଟାଣ୍ଡ ଛକରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ପ୍ରଦାନ ସମୟରେ ଓଡିଶା ସରପଞ୍ଚ ସଂଘ ରାଜ୍ୟ ଉପସଭାପତି ଆନନ୍ଦ ବେହେରା, ବରିକେଲ ସରପଞ୍ଚ ଦିନେଶ ସେଠ, ମହୁଲପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସୁନୀଲ ବେହେରା, ଜମରତଲା ସରପଞ୍ଚ ବିଧ୍ମ ଭୂଷଣ ଚାନ୍ଦ, ଭେଉଁରିଆ ସରପଞ୍ଚ ଚୈତନ୍ୟ କୁମ୍ଭାର, ବିଜେପି ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହା, ସାମ୍ବାଦିକ ନିରୋଜ ପାଣୀ ଉପସ୍ଥିତ ଥିଲେ । କେଦାର ସିଂ ବରିହା ପୋଲିସ ଅଧିକାରୀ ସ୍ୱର୍ଗତ ଶେଷଦେବ ସିଂ ବରିହାଙ୍କ ସୁପୁତ୍ର ଅଟନ୍ତି । ଜଣେ ମେଧାବୀ ଛାତ୍ର ଭାବରେ ହାଇସ୍କୁଲ ଓ କଲେଜ ଛାତ୍ର ଜୀବନରେ ସେ ବିଭିନ୍ନ କ୍ଷେତ୍ରରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ ।

jayashree
Leave A Reply

Your email address will not be published.