csstore

ଟିଟିଲାଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଶାଖା ପ୍ରବନ୍ଧକ ହରେକୃଷ୍ଣ ବିଶିଙ୍କୁ ନବୋଦୟ ପରିବାର ଟିଟିଲାଗଡ଼ ତରଫରୁ ସମ୍ବର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତୀୟ ଷ୍ଟେଟ ବ୍ୟାଙ୍କ (ବଜାର ଶାଖା)ରେ ନୂତନ ଶାଖା ପ୍ରବନ୍ଧକ ଭାବରେ ପୁରାତନ ନବୋଦୟ ଛାତ୍ର ହରେକୃଷ୍ଣ ବିଶି ଯୋଗ ଦେଇଛନ୍ତି । ଶ୍ରୀ ବିଶି ଜୱାହର ନବୋଦୟ ବିଦ୍ୟାଳୟ ବେଲପଡ଼ାର ଦ୍ୱୀତୀୟ ବ୍ୟାଚ (ବର୍ଷ ୧୯୯୫ ପାସ)ର ଛାତ୍ର ଅଟନ୍ତି । ଦୀର୍ଘ ଦିନର ଚାକିରି ପରେ ସେ ନିଜ ମା’ ମାଟି ପାଖକୁ ଆସିଥିବାରୁ ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଛିନ୍ତି । ଶ୍ରୀ ବିଶିଙ୍କ ଘର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଲୁଥୁରବନ୍ଧ ଗ୍ରାମ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନବୋଦୟ ପରିବାର ତରଫରୁ ଶ୍ରୀ ବିଶିଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଟିଟଲାଗଡ଼ ବଜାର ଶାଖାକୁ ଯାଇ ନବୋଦୟ ପରିବାରର ସଦସ୍ୟମାନେ ତାଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ପରିବାର ତରଫରୁ ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ପଣ୍ଡା, ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂଘର ଉପସଭାପତି ତଥା ନବୋଦୟ ପରିବାରର ଆବାହକ ରମେଶ ଚନ୍ଦ୍ର ସାହୁ, ନବୋଦୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରାଉଥିବା ସୁନାମଧନ୍ୟ କୋଚିଂ ସେଣ୍ଟର “ନବୋଦୟ କ୍ଲାସେସ”ର ପ୍ରତିଷ୍ଠାତା ଶିକ୍ଷକ ସଂଜୟ କୁମାର ନାଏକ, ସଫ୍ଟୱାର ଇଞ୍ଜିନିୟର ହିମାଂଶୁ ବିଶି, ଯୁବ ସମାଜସେବୀ ଚନ୍ଦ୍ରକାନ୍ତ ରଥ ଏବଂ ଅନ୍ୟ ସଦସ୍ୟମାନେ ଶାଖା ପ୍ରବନ୍ଧକ ହରେକୃଷ୍ଣ ବିଶିଙ୍କୁ ଅଭିନନ୍ଦନ ଜଣାଇ ସ୍ୱାଗତ୍ କରିଥିଲେ । ନିଜ ମାଆ ମାଟିର ବିକାଶ ପାଇଁ ତାଙ୍କ ଦ୍ଵାରା ଯାହା କିଛି ହୋଇ ପାରିବ ସେ ତାହା ନିଶ୍ଚିତ ଭାବରେ ପୂରଣ କରିବେ ଏବଂ ବ୍ୟାଙ୍କ ଜନିତ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହଯୋଗ କରିବେ ବୋଲି ଶ୍ରୀ ବିଶି ଆଶା ବ୍ୟକ୍ତ କରିଥିଲେ ।

jayashree
Leave A Reply

Your email address will not be published.