pr

ବିଦ୍ୟା ବାଚସ୍ପତି ଶ୍ରୀନିବାସ ଉଦ୍‌ଗାତାଙ୍କୁ ସମ୍ବର୍ଦ୍ଧନା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତ ପରିଷଦ ବଲାଙ୍ଗିର ଏବଂ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର କର୍ମକର୍ତ୍ତାମାନେ ଅତିବଡି ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ତାଙ୍କ ନିଜ ବାସଭବନରେ ଭେଟି ପୁଷ୍ପମାଲ୍ୟ ତଥା ଉପଢୌକନ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ର, ସଂପାଦକ ଆଇନଜୀବୀ ଜୟରାମ ମିଶ୍ର, ସହସଂପାଦକ ଶୁଭେନ୍ଦ୍ର ନେପାକ, କୋଷାଧ୍ୟକ୍ଷ ଅର୍ଶୁରାମ ନାୟକ, ପର୍ଶୁରାମ ବାହିନୀ ମୁଖ୍ୟ ମଦନ ମୋହନ ରଥ, ସଂସ୍କୃତ ପରିଷଦର ସଭାପତି ନୀଳମଣି ମିଶ୍ର, ସଂପାଦକ ଜୟରାମ ମିଶ୍ର, ସହ ସଂପାଦକ ସଂକୀର୍ତ୍ତନ ତ୍ରିପାଠୀ ଓ କୋଷାଧ୍ୟକ୍ଷ ରାଜ କିଶୋର ପଣ୍ଡାଙ୍କ ସମେତ ରଘୁନାଥ ମିଶ୍ର, ବନମାଲି ନନ୍ଦ, ପୁରୁଷୋତ୍ତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଡ. ଉଦ୍‌ଗାତା ତାଙ୍କ ଆଶୀର୍ବଚନରେ କହିଥିଲେ ଯେ ୩୨୪ ଖଣ୍ଡ ପୁସ୍ତକ ଲେଖି ଥିବାରୁ ତାଙ୍କର ନାମ ଗିନିଜ ବୁକ୍‌ ଅଫ୍‌ ୱାଲଡ୍‌ ରେକର୍ଡରେ ସ୍ଥାନିତ ହେବାକୁ ପ୍ରସ୍ତାବ ଆଗତ କରାଯାଇଛି । ସାହିତ୍ୟ ଅନୁରାଗୀ ସମସ୍ତେ ଉଚ୍ଚକୋଟୀର ସାହିତ୍ୟର ପାଠକ ଓ ସାହିତ୍ୟ ପ୍ରେମୀ ହେବା ଆବଶ୍ୟକ । ପରିଶ୍ରମ କେବେ ବିଫଳ ହୁଏ ନାହିଁ । ବର୍ତ୍ତମାନ ପିଢିର ଯୁବ ସମାଜ ସାହିତ୍ୟ ପ୍ରତି ରୁଚି ରଖିବା ସହିତ ସମାଜ କଲ୍ୟାଣରେ ବ୍ରତୀ ହେବା ଉଚିତ ଏହା ସେ ନିଜ ଜୀବନରେ ଅନୁଭବ କରି ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ବାସ୍ତବରେ ଡ. ଉଦ୍‌ଗାତା ଆମ ଅଂଚଳ, ଆମ ଜିଲ୍ଲା ତଥା ଆମ ଓଡିଶା ପାଇଁ ଗର୍ବ ଓ ଗୌରବ ଅଟନ୍ତି ।

nrusinghnath
Leave A Reply

Your email address will not be published.