csstore

ଆଦିବାସୀ ନେତା ସୁରେଶ ଭୋଇଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସଦର ମହକୁମା ପଥପ୍ରାନ୍ତ ନୂଆପଡାଠାରେ କୋଶଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ସଭାପତି ଭିକାରି ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଦିବାସୀ ନେତା ସୁରେଶ ଭୋଇଙ୍କୁ କୋଶଲି ଶ୍ରେଷ୍ଠ କବି ସମ୍ମାନ ପ୍ରଦାନ କରାଯାଇ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । କୋଶଲି ଭାଷା ସୁରକ୍ଷା ସମିତିର ଉପଦେଷ୍ଟା ତଥା ଚଉଷଠୀ ଯୋଗିନୀ ସାହିତ୍ୟ କଳାପରିଷଦ ବଙ୍ଗୋମୁଣ୍ଡା ସଭାପତି ଗବେଷକ ଡ଼. ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ କୋଶଲି ଶ୍ରେଷ୍ଠ ଗୀତିକାର, କବି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାଷା ସାହିତ୍ୟ, କୋଶଲି ଭାଷା ନାଟକ, ଗଳ୍ପ ଲେଖନୀରେ ସମସ୍ତ ମାନବ ଜାତିର ସମତା, ଏକତା ଓ ସ୍ୱତନ୍ତ୍ରତା ଲେଖା ନୂତନ ଦିଗ ଦର୍ଶନ ଦେବା ସହିତ ମାନବ ଧର୍ମ ପାଇଁ ପ୍ରେରଣା ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ପୁରସ୍କାର ଗ୍ରହଣ କରିବା ସମୟରେ କବିଙ୍କର ଦୁଇ କନ୍ୟା ରଚିତା ଓ ଲୋପିତା ଉପସ୍ଥିତ ଥିବା ବେଳେ ପ୍ରଶଂସକମାନଙ୍କର ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଥିଲା ।

jayashree
Leave A Reply

Your email address will not be published.