pakka

ସିଆର୍‌ପିଏଫ୍‌ ଡିଆଇଜିଙ୍କ ରାଉରକେଲା ଗସ୍ତ ଅବସରରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀ ସସ୍ତ୍ରିକ ରାଉରକେଲାରେ ପହଞ୍ଚିବା ପରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେକ୍ଟର ୧୬ ସ୍ଥିତ ନାଗ୍ରା ତନ୍ତୀ ସମାଜ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ତନ୍ତୀ ଓ ତାଙ୍କ ସହଧର୍ମୀଣୀ ଶ୍ରୀମତୀ ମଥୁରା ତନ୍ତୀଙ୍କୁ ସ୍ୱଗତ କରାଯାଇଥିଲା । ସଭାପତି ଭାଗବତୀଆ ତନ୍ତୀଙ୍କ ସଭାପତିତ୍ୱରେ ସାଧାରଣ ସଂପାଦକ ସୁନିଲ୍ ବାଙ୍କ୍ରାଙ୍କ ଆବାହକତ୍ୱ ତଥା କାର୍ଯ୍ୟକାରୀ ସଂପାଦକ ସନ୍ତୋଷ ତନ୍ତୀଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯିବା ସହ ସଦଭାବନା ଲକ୍ଷେଘର ସମାଜ, ସମନ୍ୱୟ ମଂଚ ଓ ଭଜକୃଷ୍ଣ ସାରସ୍ୱତ ସୃତି ସଂସଦ ତରଫରୁ ଡିଆଇଜି ଶ୍ରୀ ତନ୍ତୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ତନ୍ତୀ କହିଲେ ଯେ, ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ତାର ମୂଳ ଶ୍ରେୟ ହେଉଛି ପ୍ରଥମେ ଭଗବାନଙ୍କୁ ବିଶ୍ୱସ, ବାପା ମା’ଙ୍କ ଆଶୀର୍ବାଦ, ପରିବାର, ସମାଜର ଗୁରୁଜନଙ୍କୁ ଓ ସମାଜର ସହଯୋଗ ପାଇଁ ଏସବୁ ସମ୍ଭବ ହୋଇପାରିଛି । ପ୍ରଥମେ ମୁଁ ଶିକ୍ଷକ ଚାକିରି କରିଥିଲି । ପରେ ସିଆର୍‌ପିଏଫ୍‌ ଜବାନ ଭାବେ ପ୍ରଥମେ ଶ୍ରୀନଗରରେ ପୋଷ୍ଟିଂ ହେଲି । ଘରେ ମା’ ଓ ଅନ୍ୟମାନେ ବ୍ୟସ୍ତ ହେଲେ । ତେବେ ମୋର ଦୃଢମନ ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ସହ ପ୍ରତିବଦ୍ଧତା ଯୋଗୁଁ ଆଜି ମୁଁ ଏହି ସ୍ତରରେ ପହଞ୍ଚି ପାରିଛି । ତେବେ ଯେତେ ଉପରକୁ ଗଲେ ମଧ୍ୟ ଏନ୍ତୁଡିଶାଳ ଓ ସମାଜକୁ ଭୁଲିଯିବା କଥା ନୁହେଁ । ସଭାପତି ଶ୍ରୀ ତନ୍ତୀ କହିଲେ ଯେ, ଦୟାନିଧିଙ୍କ ପାଇଁ ସମାଜ ତଥା ଜିଲ୍ଲା ଆଜି ଗର୍ବିତ । ଶେଷରେ ଗଙ୍ଗା ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ସଂପ୍ରତି ଶ୍ରୀ ତନ୍ତୀଙ୍କ ପରିବାରର ଅନ୍ୟମାନେ ଲାଠିକଟାଠାରେ ବସବାସ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରୋହିତ ତନ୍ତୀ, ରବି ତନ୍ତୀ, ଦଶରଥ ତନ୍ତୀ, ମଦନ ତନ୍ତୀ, ସଦଭାବନା ତରଫରୁ ରୋହିତ କୁମାର ମହାନନ୍ଦିଆ, ସମନ୍ୱୟ ମଂଚରୁ ଟିକେଶ୍ୱର ତାଣ୍ଡିଆ, ତନ୍ତୀ ସମାଜର ପ୍ରାକ୍ତନ ସଂପାଦକ ସଂକୀର୍ତ୍ତନ ଜୟପୂରିଆଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 + 4 =